ଓଡିଶା

odisha

ETV Bharat / state

ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ - ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସେସୁର ଘରୋଇକରଣକୁ ନେଇ ଆରମ୍ଭ ହୋଇଛି ପ୍ରତିବାଦ । ଘରୋଇ କାରଣକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି କାମ କରୁଥିବା କର୍ମଚାରୀ । ଏହି ପ୍ରତିବାଦ ଦେଖିବାକୁ ମିଳିଛି ଅନୁଗୋଳରେ ।

angul
ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ

By

Published : Jan 2, 2020, 9:07 PM IST


ଅନୁଗୋଳ: ସେସୁର ଘରୋଇକରଣକୁ ବିରୋଧ କରି ବିଦ୍ୟୁତ କର୍ମଚାରୀ ମାନେ ବିକ୍ଷୋଭ କରିଛନ୍ତି । ଏହି କ୍ରମରେ 5ଶହରୁ ଅଧିକ ବିଦ୍ୟୁତ କର୍ମଚାରୀ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିବା ସହ ପ୍ରତିବାଦ କରିଛନ୍ତି । ଏହା ସହ କର୍ମଚାରୀଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।

ଅନୁଗୋଳରେ ସେସୁ ଘରୋଇକରଣକୁ ବିରୋଧ


ବିଦ୍ୟୁତ କର୍ମଚାରୀ ମାନେ ଷ୍ଟାଡିଅମ ପଡିଆ ଠାରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ପ୍ରତିବାଦ କରିଥିଲେ। ଓଡିଶା ସରକାର ସେସୁକୁ ଟାଟା ପାୱାର କମ୍ପାନୀ ହାତରେ ଟେକି ଦେବାକୁ ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହାକୁ କର୍ମଚାରୀମାନେ ବିରୋଧ କରିଥିଲେ। ଟାଟା କମ୍ପାନୀ ନେବା ପରେ ଶହ ଶହ ଠିକା କର୍ମଚାରୀଙ୍କ ଭବିଷ୍ୟତ କଣ ହେବ ସେ ନେଇ ସରକାର କୌଣସି ନିଷ୍ପତ୍ତି ନେଇ ନ ଥିବା କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details