ଅନୁଗୋଳ: ଜିଲ୍ଲାର ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକ ଆନ୍ଦୋଳନ ତୀବ୍ରତର ହୋଇଛି । ତାଳଚେର ଥର୍ମାଲ ପ୍ଲାଣ୍ଟ ବନ୍ଦ ହେବା ଆଶଙ୍କାକୁ ନେଇ ଶ୍ରମିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବହୁ ସଂଖ୍ୟାରେ ସ୍ଥାନୀୟ ଶ୍ରମିକ ଅନୁଗୋଳ ଜିଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ।
ଅନୁଗୋଳ ଷ୍ଟାଡିୟମରୁ ଏକ ପ୍ରତିବାଦ ଶୋଭାଯାତ୍ରାରେ ଶ୍ରମିକମାନେ ବାହାରି ଅନୁଗୋଳ ବଜାର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ କରିଥିଲେ । ପୁରୁଣା ପ୍ଲାଣ୍ଟ ଥିବା ଅବସ୍ଥାରେ ନୂତନ ପ୍ଲାଣ୍ଟ ପ୍ରତିଷ୍ଠା କରିବା ପାଇଁ ସେମାନେ ଦାବି କରିଛନ୍ତି । ଯଦି ପୁରୁଣା ପ୍ଲାଣ୍ଟକୁ ବନ୍ଦ କରିଦିଆଯାଏ ତେବେ ଏହି ପ୍ଲାଣ୍ଟ ଉପରେ ନିର୍ଭର କରି ଚଳୁଥିବା 20 ହଜାର ଲୋକ ନିଜର ଜୀବିକା ହରାଇବେ। ଏଣୁ ଏହି ପ୍ଲାଣ୍ଟକୁ ଚାଲୁ ରଖିବାକୁ ଆନ୍ଦୋଳନରତ ଶ୍ରମିକମାନେ ଦାବି କରିଛନ୍ତି ।