ଓଡିଶା

odisha

ETV Bharat / state

ଟିଟିପିଏସ ପ୍ଲାଣ୍ଟରେ ତାଲା: ତାତିଲେ ଶ୍ରମିକ, କୋଇଲା ରପ୍ତାନୀରେ କଷିଲେ ଲଗାମ

ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା TTP ବନ୍ଦ ପରେ ଲମ୍ବି ଚାଲିଛି ସଙ୍କଟର ପରିସର । ପ୍ଲାଣ୍ଟ ବନ୍ଦ ଦ୍ବାରା ସବୁଠୁ ଅଧିକ ପ୍ରଭାବିତ ହୋଇଥିବା କର୍ମଚାରୀ ଏବେ 3 ଦିନ ହେଲାଣି ଆନ୍ଦୋଳନରେ ବସିଛନ୍ତି । ଦାବି ପୂରଣ ନ ହେଲେ ପରିଣାମ ଭୋଗିବାକୁ ଦେଇଛନ୍ତି ଚେତାବନୀ । ଅଧିକ ପଢନ୍ତୁ..

ଟିଟିପିଏସ ପ୍ଲାଣ୍ଟରେ ତାଲା: ତାତିଲେ  ଶ୍ରମିକ,  କୋଇଲା ରପ୍ତାନୀରେ କଷିଲେ ଲଗାମ
ଟିଟିପିଏସ ପ୍ଲାଣ୍ଟରେ ତାଲା: ତାତିଲେ ଶ୍ରମିକ, କୋଇଲା ରପ୍ତାନୀରେ କଷିଲେ ଲଗାମ

By

Published : Apr 3, 2021, 10:57 PM IST

ଅନୁଗୋଳ: ତାଳଚେର ଥର୍ମାଲ ପାୱାର ପ୍ଲାଣ୍ଟ ବନ୍ଦ ହେବକୁ ନେଇ ଏବେ ଆରମ୍ଭ ହୋଇଛି ବିଦ୍ରୋହ। ଆନ୍ଦୋଳନରେ ବସିଛନ୍ତି ପ୍ଲାଣ୍ଟ ରେ କାର୍ଯ୍ୟ କରୁଥିବା ହଜାର ହଜାର ଶ୍ରମିକ । କୌଣସି ଅପ୍ରୀତିକର ପରିସ୍ଥିତି ଉପୁଜିବା ଆଶଙ୍କାରେ ପ୍ଲାଣ୍ଟ ସମ୍ମୁଖରେ ଜିଲ୍ଲା ପୋଲିସ ଦେଉଛି କଡା ପ୍ରହରା । ସେପଟେ ଯଦି ପ୍ଲାଣ୍ଟକୁ ଚାଲୁ କରା ନଯାଏ, ତେବେ ଆଗକୁ ତାଳଚେରରୁ ଖଣ୍ଡେ ବି କୋଇଲା ବାହାରକୁ ଛଡା ଯିବ ନାହିଁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ଢେଙ୍କାନାଳ ସାଂସଦ।

ଟିଟିପିଏସ ପ୍ଲାଣ୍ଟରେ ତାଲା: ତାତିଲେ ଶ୍ରମିକ, କୋଇଲା ରପ୍ତାନୀରେ କଷିଲେ ଲଗାମ


ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନଥିବାରୁ NTPC ପରିଚଳାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେସନ ବା TTPSକୁ ମାର୍ଚ୍ଚ ୩୧ରୁ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ବଢୁଛି ଶ୍ରମିକ ଅଶାନ୍ତି । ଗତ ତିନିଦିନ ହେବ ହଜାର ହଜାର ଶ୍ରମିକ ପ୍ଲାଣ୍ଟ ସମ୍ମୁଖରେ ପ୍ରତିବାଦ କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ଲାଣ୍ଟକୁ କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା କର୍ମୀଙ୍କ ସହ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରମିକଙ୍କ ଅଭିଯୋଗ ଏହି ପ୍ଲାଣ୍ଟ ବନ୍ଦ ହେବା ପରେ ତାଙ୍କର ଜୀବନ ଜୀବିକା ଉଜୁଡିଯାଇଛି । ଏବେ ସେମାନେ କଣ କରିବେ ତାକୁ ନେଇ ଚିନ୍ତାରେ । ଯେଉଁ ପ୍ଲାଣ୍ଟର ମଞ୍ଜୁରୀ ବଢ଼ାଇ ତାକୁ ଚଳାଯାଇ ପାରିଥାନ୍ତ, ମାତ୍ର ସରକାର ତାଙ୍କୁ ଜାଣି ଶୁଣି ବନ୍ଦ କରିଦେଇଛନ୍ତି । ଫଳରେ ଏବେ ଲକ୍ଷାଧିକ ଲୋକ ଜୀବିକା ହରାଇ ବେଘର ହୋଇଛନ୍ତି ବୋଲି ଅଭିଯୋଗ ହୋଇଛି ।

ଟିଟିପିଏସ ପ୍ଲାଣ୍ଟ ବନ୍ଦ ହେବା ପରେ ରାଜ୍ୟ ୪୬୦ ମେଗାୱାଟ ବିଦ୍ୟୁତ ହରାଇଛି। ସବୁଠାରୁ ବଡ଼ କଥା ହେଲା ଏଠାରେ କାମ କରୁଥିବା ପ୍ରାୟ ୧୫୦୦ ଠିକା କର୍ମଚାରୀ ସେମାନଙ୍କ ଜୀବିକା ହରାଇଛନ୍ତି । ଏବେ ସେମାନଙ୍କ ଘରେ ଚୁଲି ଜଳୁନି। କେବଳ ଶ୍ରମିକ ମାନେ ରୋଜଗାର ହରାଇଲେ ତାହା ନୁହେଁ, ଆଖପାଖର ୭ଟି ପଞ୍ଚାୟତରେ ଯେଉଁ ପାରିପାର୍ଶ୍ବିକ ଉନ୍ନୟନ କାମ ହେଉଥିଲା ତାହା ବନ୍ଦ ହୋଇ ଯାଇଛି। ପାନୀୟଜଳ ଯୋଗାଣ, ଶିକ୍ଷା, ସ୍ୱାସ୍ଥ୍ୟ ସବୁ ସେବା ବନ୍ଦ କରି ଦିଆଯାଇଛି। ପ୍ଲାଣ୍ଟ ଚତୁପାର୍ଶ୍ୱରେ ଗଢି ଉଠିଥିବା ଦୋକାନ ବଜାର ବନ୍ଦ ହୋଇଛି। ପରୋକ୍ଷ ଭାବେ ଲକ୍ଷାଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଯାହା ପାଇଁ ଉଭୟ ସରକାରଙ୍କୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ। ଯାହାକୁ ନେଇ ତୀବ୍ର ହେଉଛି ଆନ୍ଦୋଳନ। ସେପଟେ ଯଦି ପ୍ଲାଣ୍ଟ କୁ ଚାଲୁ ନ କରାଯାଏ ତେବେ ଆଗକୁ ତାଳଚେର ରୁ ଖଣ୍ଡେ ବି କୋଇଲା ବାହାରକୁ ଛଡା ଯିବ ନାହିଁ ବୋଲି ଖୋଲା ଖୋଲି ଧମକ ଦେଇଛନ୍ତି ଢେଙ୍କାନାଳ ସାଂସଦ।

୨୦୨୧ ମାର୍ଚ୍ଚ ୩୧ତାରିଖ ଟିଟିପିଏସର ପରିବେଶ ମଞ୍ଜୁରୀ ଅବଧି ଶେଷ ହେଉଥିବା ଜାଣି ମଧ୍ୟ ସରକାର ଚୁପ ରହିଲେ। ଯାହାର ପରିଣାମ, ଶ୍ରମିକଙ୍କୁ ଭୋଗିବାକୁ ପଡିଲା। ତେଣୁ କାହିଁକି ଏବଂ କାହା ସ୍ୱାର୍ଥରେ ଏଭଳି ଏକ ବୃହତ ପ୍ଲାଣ୍ଟକୁ ବନ୍ଦ କରାଗଲା, ତାହାର ଜବାବ ନଦେଲେ ଆଗାମୀ ଦିନରେ ପରିଣାମ ସରକାର ଭୋଗିବେ ବୋଲି ଶ୍ରମିକ ଏକତା ମଞ୍ଚ ଚେତାବନୀ ଦେଇଛି।


ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details