ଓଡିଶା

odisha

ETV Bharat / state

କାଠ ଚାଲାଣବେଳେ 3 ଗାଡି ଜବତ, ଦୁଇ ଗିରଫ

ପାଲଲହଡା ଅଞ୍ଚଳରେ କାଠ ଚାଲାଣବେଳେ 3 ଗାଡି ଜବତ । ଦୁଇ ଜଣ ଗିରଫ । ଦୁଇଟି ସ୍କର୍ପିଓ ଓ ଗୋଟିଏ ବୋଲେରୋ ଜବତ ହୋଇଛି ।

By

Published : Aug 15, 2019, 1:04 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଲଲହଡା ଅଞ୍ଚଳରେ କାଠ ଚାଲାଣବେଳେ 3 ଗାଡି ଜବତ । ଦୁଇ ଜଣ ଗିରଫ । ଦୁଇଟି ସ୍କର୍ପିଓ ଓ ଗୋଟିଏ ବୋଲେରୋ ଜବତ ହୋଇଛି । ଗିରଫ ଦୁଇଜଣ ହେଲେ କେନ୍ଦୁଝର ରାଇସୁଆଁ ଅଞ୍ଚଳର ସମସୁଲ ଆଲାମ ଏବଂ ଇନ୍ଦ୍ରଜିତ ନାୟକ I

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

କାଠ ଚାଲାଣ ହେଉଥିବା ଖବର ପାଇ ବନବିଭାଗ ଚଢାଉ କରିଥିଲା । ଏହି ସମୟରେ ତିନୋଟି ଗାଡି ଜବତ କରିଥିଲା ବନ ବିଭାଗ । ଏହା ସହ ଗାଡିରୁ ବିପୁଳ ପରିମାଣର ଶାଳକାଠ ଜବତ ହୋଇଛି । ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ 2 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି I

ଖମାର ବନାଞ୍ଚଳର ସିବିଡା ଜଙ୍ଗଲରୁ କାଠ ଚାଲାଣ ହେବାର ଖବର ପାଇ ବନ ବିଭାଗ ଚଢାଉ କରୁଥିଲା । ତେବେ ଏହି କାଠ କାହାପାଖକୁ ଯାଉଥିଲା ସେ ନେଇ ବିଭାଗ ଅଧିକ ତନାଘନା ଚଳାଇଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details