ଓଡିଶା

odisha

ETV Bharat / state

ଶୁଣିଲେନି ସରକାରୀ ଅଧିକାରୀ, ପ୍ରତିବାଦରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ - ଆତ୍ମହୁତି ଉଦ୍ୟମ

ଶୁଣିଲେଣି ସରକାରୀ ଅଧିକାରୀ, ପ୍ରତିବଦାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ
ଶୁଣିଲେଣି ସରକାରୀ ଅଧିକାରୀ, ପ୍ରତିବଦାରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

By

Published : Jan 25, 2021, 11:04 AM IST

Updated : Jan 25, 2021, 12:22 PM IST

10:56 January 25

ଶୁଣିଲେନି ସରକାରୀ ଅଧିକାରୀ, ପ୍ରତିବାଦରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ

ଅନୁଗୋଳ: ଶୁଣିଲେନି ସରକାରୀ ଅଧିକାରୀ  । ଏହ ପରେ ଚରମ ପଦକ୍ଷେପ ନେଲେ ମହିଳା ଜଣକ । ସେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହୁତିର ଉଦ୍ୟମ କରିଛନ୍ତି । ତେବେ ଆତ୍ମହୁତି ପୂର୍ବରୁ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ। ଆତ୍ମହୁତି ଉଦ୍ୟମ କରିଥୁବା ଜଣକ ହେଲେ ମହୁଲା ଗୋବରା ଗାଁର ଦମୟନ୍ତୀ ବେହେରା ।

ସାଜିରେ ଥିବା ପୈତୃକ ସମ୍ପତ୍ତିର ଭାଗ ବଣ୍ଟା ହୋଇ ନପାରିବାରୁ ମହିଳା କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ସେ ନିଜ ଦେହରେ କିରୋସିନି ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ପୋଲିସ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଏଥିସହ ତାଙ୍କ ଠାରୁ କିରୋସିନି ଜବତ କରିଥିଲା। 

ଦମୟନ୍ତୀ ଅଭିଯୋଗ କରିଛନ୍ତି ଯେ, ପ୍ରାୟ ୧୪ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ପୂର୍ବରୁ ପରିବାରର ଜମି ଭାଗବଣ୍ଟା ସାରିଥିଲା। କିନ୍ତୁ ତାଙ୍କ ଦେଢଶୁର ଜୋର ଜବର କରି ସେହି ଜମିକୁ ଦଖଲ କରି ରଖିଛନ୍ତି। ନିଜ ଜମିକୁ ଫେରାଇ ଦେବାକୁ ଦମୟନ୍ତୀ ପଞ୍ଚାୟତ ଠାରୁ ତାଳଚେର ଉପଜିଲ୍ଲାପାଳ, ତହସିଲଦାର, ଥାନା ଓ ଏସପିଙ୍କୁ ବାରମ୍ବାର ଲିଖିତ ଅଭିଯୋଗ କରିଛନ୍ତି। କିନ୍ତୁ କେହି ତାଙ୍କ କଥାକୁ ଶୁଣି ନାହାନ୍ତି। ଫଳରେ କୌଣସି ଉପାୟ ନପାଇ ବାଧ୍ୟ ହୋଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା କହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Jan 25, 2021, 12:22 PM IST

ABOUT THE AUTHOR

...view details