ଓଡିଶା

odisha

ETV Bharat / state

ଶୁଣୁନି ପୋଲିସ: ନ୍ୟାୟ ପାଇଁ ପ୍ରଶାସନ ଦୁଆରରେ ପୀଡିତା

ବିଚ୍ ରାସ୍ତାରେ ପୁତୁରା ବୋହୂକୁ ମାଡ ମାରିଲେ କକା ଶ୍ବଶୁର । ହେଲେ ଥାନାରେ ଅଭିଯୋଗ ପରେ ବି ପୋଲିସ ଶୁଣୁନି । ଶେଷରେ ନ୍ୟାୟ ପାଇଁ ପୀଡିତା ପହଞ୍ଚିଛନ୍ତି ଜିଲ୍ଲା ପ୍ରଶାସନ ଦୁଆରରେ ।

By

Published : Aug 22, 2019, 12:58 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ବିଚ୍ ରାସ୍ତାରେ ପୁତୁରା ବୋହୂକୁ ମାଡ ମାରିଲେ କକା ଶ୍ବଶୁର । ହେଲେ ଥାନାରେ ଅଭିଯୋଗ ପରେ ବି ପୋଲିସ ଶୁଣୁନି । ଏଭଳି ନିର୍ଯାତିତ ହେଉଥିବା ଜଣେ ମହିଳା ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି । ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ବସନ୍ତପୁର ଗାଁରେ ।

ଅଭିଯୋଗ ମୁତାବକ ଛେଣ୍ଡିପଦା ଥାନା କେରଜାଙ୍ଗ ଗାଁର ଝିଲି ସାହୁ ବସନ୍ତପୁର ଗାଁର ଅନନ୍ତ ବେହେରାଙ୍କୁ ବିବାହ କରିଥିଲେ । ବିବାହ ପର ଠାରୁ ବସନ୍ତ ତାଙ୍କ କକାଙ୍କ କଥାରେ ପରିଚାଳିତ ହୋଇ ଝିଲିଙ୍କୁ ନିର୍ଯାତନା ଦେବା ସହ କକା ଶ୍ବଶୁର ନକୁଳ ବେହରା ମଧ୍ୟ ନିର୍ଯାତିତ ଦେଇ ଆସୁଥିଲେ ।
ଅଧିକ ଯୌତୁକ ପାଇଁ ଦାବି କରି ତାଙ୍କୁ ଏଭଳି ବାରମ୍ବାର ନିର୍ଯାତନା ଦେବା ସହ ମାର ପିଟ୍ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଅନୁଗୋଳ

ଏନେଇ ଝିଲି ଥାନାରେ ଅଭିଯୋଗ କଲା ପରେ ତାଙ୍କୁ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦିଆଯାଇଥିବା ସେ କହିଛନ୍ତି । ତେଣୁ ବାଧ୍ୟ ହୋଇ ଝିଲି ଗାଁ ମହିଳାଙ୍କୁ ସାଥିରେ ଧରି ନ୍ୟାୟ ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ ହୋଇଛନ୍ତି । କୋହଭରା କଣ୍ଠରେ ନ୍ୟାୟ ଭିକ୍ଷା କରିଛନ୍ତି ଝିଲି । ଅନ୍ୟପଟେ ଘଟଣାକୁ ଗୁରୁତର ସହ ନେଇ ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details