ଅନୁଗୋଳ: ପ୍ରେମିକା ଘର ଆଗରେ ପ୍ରେମିକର ଧାରଣା । ନିଜ ଛୋଟ ଛୁଆକୁ ଧରି ଧାରଣାରେ ବସିଛି ପ୍ରେମିକା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୋଳରେ ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଗୋହିରାପଶି ଗ୍ରାମରେ ପ୍ରେମିକ ଘର ଆଗରେ ବିବାହିତା ମହିଳା ଓ ତାଙ୍କ ପୁଅକୁ ଧରି ୨ ଦିନ ହେବ ପ୍ରେମିକ ଘର ସମ୍ମୁଖରେ ଧାରଣାରେ ବସିଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାନୁଯାୟୀ, ଗୋହିରାପଶି ଗ୍ରାମର ଆକୁଳ ଖିଲାରଙ୍କ ପୁଅ ସ୍ବାଧୀନ ଖିଲାର ହଣ୍ତପା ଥାନା ନାକିଚି ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ସହ ୪ ବର୍ଷ ହେବ ପ୍ରେମ ସମ୍ପର୍କ ଥିବା ଧାରଣାରେ ବସିଥିବା ଜନୈକ ମହିଳା ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ପ୍ରେମିକ ଜଣଙ୍କ ବିବାହିତା ମହିଳାଙ୍କ ସ୍ବାମୀଙ୍କ ଘରକୁ ଯାଇ ବାରମ୍ବାର ମାଡ ଖାଇ ଥିବା ମଧ୍ୟ ମହିଳା ପ୍ରେମିକା ପ୍ରକାଶ କରିଛନ୍ତି।