ଅନୁଗୋଳ: ହାତୀ ଆକ୍ରମଣରେ ପୁଣି ଜଣେ ମୃତ୍ୟୁ । ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ଅନ୍ତର୍ଗତ ଗୋପାଳପୁର ଗ୍ରାମରେ ହାତୀ ଆକ୍ରମଣରେ ମହିଳା ମୃତ । ଗତପାଞ୍ଚ ଦିନ ମଧ୍ୟରେ 3 ଜଣକୁ ମାରିଲାଣି ହାତୀ ।
ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ବନଖଣ୍ଡ ଅନ୍ତର୍ଗତ ଗୋପାଳପୁର ଗ୍ରାମର ମହିଳା ଜୟନ୍ତୀ ବିରା (50) ଗତକାଲି ରାତିରେ ନିଜ ଘରେ ଶୋଇଥିଲେ । ଭୋର ପ୍ରାୟ ସାଢ଼େ 3ଟା ସମୟରେ ସେ ଶୌଚ ପାଇଁ କବାଟ ଖୋଲିଥିବା ବେଳେ ଏକ ଦନ୍ତା ହାତୀ ତାକୁ ଶୁଣ୍ଢରେ ଟାଣି ନେଇ କଚାଡି ମାରି ଦେଇଥିଲା । ଖବର ପାଇ ପୁରୁଣାକୋଟ ରେଞ୍ଜର ଓ ଅନ୍ୟ କର୍ମଚାରି ମାନଙ୍କ ସହ ଘଟଣା ସ୍ଥଳରେ ପହଞ୍ଚିଥିଲା । ସେଠାରୁ ହାତୀକୁ ଜଙ୍ଗଲକୁ ଘଉଡ଼ାଇ ଦେଇଥିଲେ । ଘଟଣା ପରେ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଛି ।