ଅନୁଗୋଳ:ଜିଲ୍ଲାର ବଅଁରପାଳ ବ୍ଲକ ବଳରାମ ପ୍ରସାଦ ଶିତିରା ସାହିରେ ଦେଖାଦେଇଛି ପାନୀୟ ଜଳ ସମସ୍ୟା । ପ୍ରଶାସନକୁ ବାରମ୍ବାର ଅଭିଯୋଗ କରିବା ପରେ କୌଣସି ସୁଫଳ ନ ମିଳିବାରୁ ଗ୍ରାମର ମହିଳାମାନେ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି ।
ଲୋକଙ୍କ ଅଭିଯୋଗ ମୁତାବକ ସେମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏ ନେଇ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ । ଫଳରେ ଖରା ଦିନ ଆରମ୍ଭରୁ ପ୍ରସାଦ ଶିତିରା ସାହିର ଲୋକମାନେ ପାନୀୟ ଜଳକୁ ନେଇ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।