ଅନୁଗୋଳ: ଜିଲ୍ଲାରେ ଗତ କିଛି ଦିନ ଧରି ମାତିଛନ୍ତି ହାତୀପଲ । ପୂର୍ବରୁ ହାତୀ ଆକ୍ରମଣରେ ଏକାଧିକ ଜୀବନ ଯାଇଥିବାବେଳେ, ଏବେ ହିଲୋଇ ଗ୍ରାମର ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଶନିବାର ବିଳମ୍ବିତ ରାତିରେ ଆକ୍ରମଣର ଶିକାର ଗୁରୁତର ମହିଳା ଜଣକର ଆଜି ମୃତ୍ୟୁ ଘଟିଛି ।
ମୃତ ମହିଳା ଜଣକ ହେଲେ ହିଲୋଇ ଗାଁର ବଚନ ବେହେରା । ସୂଚନା ଅନୁସାରେ ବଚନ ଘରେ ଶୋଇଥିବା ବେଳେ ଏକ ହାତୀ ଗାଁରେ ପଶିବା ସହ ତାଙ୍କ ଘର ଭାଙ୍ଗିଥିଲା । ହାତୀ ଦେଖି ବଚନ ପଳାଇବାକୁ ଚେଷ୍ଟା କରୁଥିବା ବେଳେ ହଠାତ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।