ଅନୁଗୋଳ: ପାରିବାରିକ କଳହରୁ ନବବଧୂକୁ ହତ୍ୟା ଅଭିଯୋଗ । ହତ୍ୟା ଅଭିଯାଗ ଆଣିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣାଟି ଘଟିଛି ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା କାଠକୁମ୍ପା ଗାଁରେ । ଗାଁର ଜେମା ସାହୁଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି ।
ନିଆଁରେ ଜଳିଲା ନବବଧୂ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଢେଙ୍କାନାଳ ଜିଲ୍ଲା କାଠକୁମ୍ପାରେ ପାରିବାରିକ କଳହକୁ ନେଇ ନବବଧୂଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ।
ସୂଚନା ଅନୁସାରେ ବୁଧବାର ରାତିରେ ଜେମା ଓ ତାଙ୍କ ସ୍ବାମୀ ଅମରଙ୍କ ମଧ୍ୟରେ ଝଗଡା ହୋଇଥିଲା। ଯାହାକୁ କେନ୍ଦ୍ରକରି ଜେମା ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥଲେ । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ନେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଜେମାଙ୍କ ଶାଶୂଘର ଲୋକେ ତାଙ୍କ ପରିବାର କିମ୍ବା ପୋଲିସକୁ ନ ଜଣାଇ ମୃତଦେହ ପୋଡିବାକୁ ଯୋଜନା କରୁଥିବା ବେଳେ ପୋଲିସ ମୃତଦେହ ଜବତ କରିଛି । ଏହା ସହ ସ୍ବାମୀ ଅମରକୁ ଅଟକ ରଖି ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛି । ତେବେ ଘଟଣାର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହିଁ ଜଣା ପଡିବ ବୋଲି କହିଛି ପୋଲିସ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ