ଅନୁଗୁଳ: ଜିଲ୍ଲାରେ ଶନିବାର ଚିହ୍ନଟ ହୋଇଛି 10ଟି ନୂଆ ମାମଲା । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚିଛି । ତେବେ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଟି ପୃଥକ ପୃଥକ ଶିଳ୍ପ ସଂସ୍ଥାରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଏନେଇ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ବଳକା ତିନି ଜଣଙ୍କ ମଧ୍ୟରୁ ଦୁଇ ଜଣ ସଙ୍ଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ଜଣେ ସ୍ଥାନୀୟ ବାସିନ୍ଦା ରହିଛନ୍ତି ।
10 ନୂଆ ମାମଲା ସହ ଅନୁଗୁଳରେ 100 ଟପିଲା ଆକ୍ରାନ୍ତ ସଂଖ୍ୟା - ଅନୁଗୋଳରେ କୋରୋନା ଚିକିତ୍ସା
ଅନୁଗୁଳରେ ଶନିବାର ଚିହ୍ନଟ ହୋଇଛି 10ଟି ନୂଆ ମାମଲା । ଏଥିସହ ଜିଲ୍ଲାରେ ମୋଟ ଆକ୍ରାନ୍ତ ସଂଖ୍ୟା 106ରେ ପହଞ୍ଚିଛି । ତେବେ ସଦ୍ୟ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଟି ପୃଥକ ପୃଥକ ଶିଳ୍ପ ସଂସ୍ଥାରୁ 7 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣା ପଡିଛି ।
![10 ନୂଆ ମାମଲା ସହ ଅନୁଗୁଳରେ 100 ଟପିଲା ଆକ୍ରାନ୍ତ ସଂଖ୍ୟା corona situation in angul, corona update in angul, angul latest news, corona treatment in angul, corona cases in industries of angul, ଅନୁଗୋଳରେ କୋରୋନା ପରିସ୍ଥିତି, ଅନୁଗୋଳରେ କୋରୋନା ଅପଡେଟ, ଅନୁଗୋଳ ଲାଟେଷ୍ଟ ନ୍ୟୁଜ୍, ଅନୁଗୋଳରେ କୋରୋନା ଚିକିତ୍ସା, ଅନୁଗୋଳ ଶିଳ୍ପ ସଂସ୍ଥାରେ କୋରୋନା ପଜିଟିଭ](https://etvbharatimages.akamaized.net/etvbharat/prod-images/768-512-7895166-294-7895166-1593876591117.jpg)
10 ନୂଆ ମାମଲା ସହ ଅନୁଗୁଳରେ 100 ଟପିଲା ଆକ୍ରାନ୍ତ ସଂଖ୍ୟା
ସୂଚନା ମୁତାବକ ଶିଳ୍ପ ସଂସ୍ଥାରୁ ଚିହ୍ନଟ 7 ଜଣଙ୍କ ମଧ୍ୟରୁ ଜଣେ ମହିଳାଙ୍କ ସମେତ 6 ଜଣ ବଅଁରପାଳ ଅଞ୍ଚଳରେ ଥିବା ବୃହତ ଉଦ୍ୟୋଗର ଓ ଜଣେ କଣିହାଁଠାରେ ଥିବା ଶିଳ୍ପ ସଂସ୍ଥାର ହୋଇଥିବା ସ୍ପଷ୍ଟ ହୋଇଛି । ଏନେଇ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି । ସେହିପରି ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 60 ଜଣ ସୁସ୍ଥ ହୋଇସାରିଥିବା ରେକର୍ଡ ରହିଛି । ଅନ୍ୟପଟେ ଚିକିତ୍ସା ପାଇଁ ସମସ୍ତ ଆକ୍ରାନ୍ତଙ୍କୁ ତାଳଚେର କୋଭିଡ-19 ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଅନୁଗୁଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ