ଅନୁଗୋଳ: ଅନୁଗୋଳରେ ପୁଣି ଲେଉଟିଲା ଶୀତ। ପ୍ରବଳ ଶୀତ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡିଛି। ସକାଳୁ ସୂର୍ଯ୍ୟ ଉଦୟ ପୂର୍ବରୁ ଘରୁ ବାହାରିବା କଷ୍ଟକର ହୋଇ ପଡୁଛି। କିଛି ଦିନ ବ୍ୟବଧାନ ପରେ ହଠାତ ଏମିତି ଶୀତ ବଢି ଯାଇଥିବାରୁ ଲୋକେ ନିଜକୁ ଖାପ ଖୁଆଇ ପାରୁ ନାହାନ୍ତି।
ଫେରିଲା ଜାଡ, ଅସ୍ତବ୍ୟସ୍ତ ଜନଜୀବନ - winter back
ଫେରିଛି ଶୀତ। ଅକାଠୁଆ ଜାଡରେ ଥରୁଛି ଶିଳ୍ପ ନଗରୀ ଅନୁଗୋଳ। କିଛିଦିନର ବ୍ୟବଧାନ ପରେ ହଠାତ ତାପମାତ୍ରା 7 ଡିଗ୍ରୀ ତଳକୁ ଖସି ଆସିଛି ।
ଫେରିଲା ଜାଡ, ଅସ୍ତବ୍ୟସ୍ତ ଜନଜୀବନ
ରାସ୍ତାଘାଟ ଯୁଆଡେ ଗଲେ ଦଳ ଦଳ ହୋଇ ଲୋକେ ନିଆଁ ଜାଳି ବସୁଥିବା ଦେଖିବାକୁ ମିଳୁଛି। ବିଶେଷ କରି ସକାଳ ସମୟରେ ଅସହ୍ୟ ଶୀତ ଅନୁଭୂତ ହେଉଛି। ପାଣି ପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଶୀତ ଆହୁରି ୨ ଦିନ ଜାରି ରହିବ। ଏଥିପାଇଁ ଅନେକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣଂ ଜାରି କରାଯାଇଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ରଥ, ଇଟିଭି ଭାରତ