ଓଡିଶା

odisha

ETV Bharat / state

ଶିକାରୀଙ୍କ ଚରା ଭୂଇଁ ପାଲଟିଛି ସାତକୋଶିଆ ! ଶିମିଳିପାଳ ଢାଞ୍ଚାରେ ସୁରକ୍ଷା ଦାବି - ଅସୁରକ୍ଷିତ ସାତକୋଶିଆ ଅଭୟାରଣ୍ୟ

ସାତକୋଶିଆ ଅଭୟାରଣ୍ୟ ପାଲଟିଛି ଜନ୍ତୁ ଶିକାରୀଙ୍କ ଚରା ଭୂଇଁ । ଦେଢ଼ ବର୍ଷରେ ସାତକୋଶିଆରେ ୫ଟି ହାତୀ ୩ଟି କଲରପତାରିଆ ସହ ଅନେକ ଜନ୍ତୁଙ୍କ ଗଲାଣି ଜୀବନ । ଅଧିକ ପଢନ୍ତୁ

ଶିମିଳିପାଳ ଢାଞ୍ଚାରେ ସୁରକ୍ଷା ଦାବି
ଶିମିଳିପାଳ ଢାଞ୍ଚାରେ ସୁରକ୍ଷା ଦାବି

By ETV Bharat Odisha Team

Published : Sep 14, 2023, 8:13 PM IST

ସାତକୋଶିଆକୁ ମିଳୁ ଶିମିଳିପାଳ ଢାଞ୍ଚାରେ ସୁରକ୍ଷା

ଅନୁଗୋଳ: ସାତକୋଶିଆ ଅଭୟାରଣ୍ୟରେ ଅସୁରକ୍ଷିତ ହୋଇ ପଡିଛନ୍ତି ବନ୍ୟଜନ୍ତୁ । ବଢ଼ୁଛି ଜନ୍ତୁ ଶୀକାର । ଜଙ୍ଗଲ ବିଭାଗ ରିପୋର୍ଟ ଅନୁଯାୟୀ, ବିଗତ ଦେଢ଼ ବର୍ଷରେ ସାତକୋଶିଆରେ ୫ଟି ହାତୀ, ଦୁଇଟି ଗୟଳ, ୩ଟି କଲରପତାରିଆ ବାଘ ସମେତ ବହୁ ହରିଣ, ବାର୍ହା, କୁମ୍ଭୀର ଓ ଅନ୍ୟ ତୃଣଭୋଜି ପ୍ରାଣୀ ଶିକାର ହୋଇଛନ୍ତି । ଗତ ୫ବର୍ଷ ମଧ୍ୟରେ ସତକୋଶିଆରେ କେବଳ ବିଦ୍ୟୁତ ଆଘାତରେ ୧୦ରୁ ଅଧିକ ହାତୀଙ୍କ ଜୀବନ ଯାଇଛି । ତେଣୁ ସତକୋଶିଆକୁ ଏବେ ଘାରିଛି ଶିକାରୀ ଭୟ। ଶିମିଳିପାଳ ଢାଞ୍ଚାରେ ସତକୋଶିଆର ସୁରକ୍ଷା ଦାବି କରିଛନ୍ତି ବନ୍ୟଜନ୍ତୁ ପ୍ରେମୀ ।

ପରିବେଶବିତ ପ୍ରସନ୍ନ ବେହେରା କହିଛନ୍ତି,‘‘ ଜୈବ ବିଭିଧତାରେ ପରିପୂର୍ଣ୍ଣ ସାତକୋଶିଆ ଅଭୟାରଣ୍ୟ ଏବେ ଜନ୍ତୁଙ୍କ ପାଇଁ ଅସୁରକ୍ଷିତ । ପ୍ରତିଦିନ କେଉଁଠି ନା କେଉଁଠି ଅବାଧରେ ଜନ୍ତୁ ଶିକାର ଚାଲିଛି । କାଁ ଭାଁ ବିଭାଗ ନଜରକୁ ଆସୁଛି। ଗତ ଏକ ସପ୍ତାହ ପୂର୍ବରୁ ପମ୍ପାସର ରେଞ୍ଜ ତରଭା ଜଙ୍ଗଲରେ ଦୁଇଟି ହାତୀର ଗଳିତ ମୃତ ଦେହ ଠାବ କରା ଯାଇଥିଲା । ରାସ୍ତାରୁ ମାତ୍ର ୨ଶହ ମିଟର ଦୂରରେ ମରିପଡ଼ିଥିଲେ ମଧ୍ୟ ବିଭାଗୀୟ କର୍ମଚାରୀ ଜାଣି ପାରି ନଥିଲେ। ସେହିପରି ପମ୍ପାସର ରେଞ୍ଜ କାର୍ଯ୍ୟାଳୟ ନିକଟରେ ଦୀର୍ଘ ଦିନ ହେଲା ଏକ ହରିଣ କଙ୍କାଳ ପଡ଼ିଛି । କିନ୍ତୁ ବିଭାଗ ପାଖରେ ଖବର ନାହିଁ । ଏଥିରୁ ସ୍ପଷ୍ଟ ଜଣା ପଡ଼ୁଛି ବନ୍ୟ ଜନ୍ତୁ ସୁରକ୍ଷା ପାଇଁ ବିଭାଗ କେତେ ତତ୍ପର । ସତକୋଶିଆରେ ଆବଶ୍ୟକ କର୍ମଚାରୀ ନଥିବାରୁ ଏଭଳି ପରିସ୍ଥିତି ଦେଖା ଦେଉଛି । ହେଲେ ସତକୋଶିଆରେ ଶତକଡ଼ା ୭୦ଭାଗ ଗାର୍ଡ ପଦବୀ ଖାଲି ପଡ଼ିଛି । ପଶୁଙ୍କ ସୁରକ୍ଷା ପାଇଁ ଶିମିଳିପାଳ ଢାଞ୍ଚାରେ ସତକୋଶିଆକୁ ସୁରକ୍ଷା ପ୍ରଦାନ କରାଯାଉ ।’’

ଏହା ମଧ୍ୟ ପଢନ୍ତୁ..ପୁଣି ସାତକୋଶିଆକୁ ଆସିବ ମହାବଳ ବାଘ, ଚାଲିଛି କ୍ଷେତ୍ର ପ୍ରସ୍ତୁତି

DFO ସାତକୋଶିଆ ସରୋଜ କୁମାର ପଣ୍ଡା କହିଛନ୍ତି, "ଜଙ୍ଗଲ ଭିତରେ ବସବାସ କରୁଥିବା ଅଧିବାସୀଙ୍କ ସୁବିଧା ପାଇଁ ସରକାର ବିଦ୍ୟୁତ ସଂଯୋଗ କରୁଛନ୍ତି । ଏହାର ସଂସ୍ପର୍ଶରେ ଆସି ଅନେକ ଜନ୍ତୁଭ୍କ ପ୍ରାଣହାନୀ ଘଟୁଛି । ୨୦୧୮ ବିଜ୍ଞପ୍ତି ଅନୁସାରେ ସାତକୋଶିଆ ଅଭୟାରଣ୍ୟରୁ ୧୨୫ଟି ଗାଁକୁ କଟକଣାମୁକ୍ତ କରି ଦିଆଯିବା ଫଳରେ ବିନା ବାଧାରେ ଯେ କୌଣସି ବ୍ୟକ୍ତି ଗାଁକୁ ଆସି ପାରୁଛନ୍ତି । ଶିକାରୀ ଧରା ପଡିଲେ ମଧ୍ୟ ଅଭୟାରଣ୍ୟରେ ଜନ୍ତୁ ସୁରକ୍ଷା ଆଇନ ଲାଗୁ ହେଉ ନାହିଁ । ତେଣୁ ଶିକାରୀମାନଙ୍କ ମଧ୍ୟରେ ଆଉ ଭୟ ରହୁନାହିଁ ।"

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details