ଅନୁଗୋଳ:ଶିକାର କରି ଭୋଜି କରିବା ପଡିଲା ମହଙ୍ଗା , ତିନି ଜଣଙ୍କୁ ଗିରଫ କଲା ବନବିଭାଗ । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ ଘଟିଛି ଏହି ଘଟଣା ।
ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ କଣଲୋଇ ଗାଁରୁ ବନବିଭାଗ ରନ୍ଧା ଯାଉଥିବା ବାରହା ମାଂସ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଦୁଶାସନ ଦେହୁରୀ ,ମଙ୍ଗୁଳୁ ମାଝି ,ଘାସିରାମ ସାହୁ। ଏମାନେ ପାଖ ଜଙ୍ଗଲରୁ ଏକ ବାରହା ଶିକାର କରି ଭୋଜି କରୁଥିଲେ। ବନବିଭାଗ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ କଣଲୋଇ ରୁଗୁଡିସାହିର ଦୁଶାସନ ଦେହୁରୀଙ୍କ ଘରେ ଚଢାଉ କରିଥିଲେ । ବନବିଭାଗ ଦୁଶାସନଙ୍କ ଘରୁ ରନ୍ଧା ବାରହା ମାଂସ ଜବତ କରିଥିବା ବେଳେ ବାରାହା ଶିକାର କରିଥିବା ନେଇ ସେମାନଙ୍କୁ ଗିରଫ କରିଛି।