ଅନୁଗୋଳ :ହାତୀ ପରେ କୂଅରେ ପଡିଲା ବାରହା । ପାଣିରେ ପଡି 10 ଘଣ୍ଟାରୁ ଅଧିକ ସମୟ ଧରି ଛଟପଟ ହେଲା ବାରହା । ପ୍ରାୟ 6 ଘଣ୍ଟାରୁ ଅଧିକ ସମୟ କସରତ ପରେ ଉଦ୍ଧାର ହେଲା ବନ୍ୟଜନ୍ତୁ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଖୁଙ୍ଗୁରିଆ ଗାଁର ସରକାରୀ ଘାଇ ନିକଟରେ ଥିବା ପରିତ୍ୟକ୍ତ କୂଅରେ ।
ପରିତ୍ୟକ୍ତ ୧୫ ଫୁଟ ଗଭିର କୁଅରେ ଗୋଟଏ ଜଙ୍ଗଲି ବାରହା ପଡି ଫଶି ରହିଥିବା କିଛି ଗାଇ ଚରାଳି ପ୍ରଥମେ ଦେଖିଥିଲେ । ପରେ ବନବିଭାଗକୁ ଖବର ଦେବା ପରେ ତୁରନ୍ତ ଦମକଳ ବାହିନୀ ଓ ବନକର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ବାରହାକୁ ଉଦ୍ଧାର କରିବା ପାଇଁ ଆରମ୍ଭ କରାଯାଇଥିଲା ଅଭିଯାନ । ବନକର୍ମଚାରୀ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରାୟ ୬ ଘଣ୍ଟା ପରିଶ୍ରମ ପରେ କୂଅରୁ ବାରହାଟିକୁ ଉଦ୍ଧାର କରାଯାଇଥିଲା । ତେବେ ବାରହାଟି କୂଅ ଭିତରୁ ବାହାରିଲା ପରେ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି।