ଅନୁଗୋଳ: ଟଙ୍କା ନଦେବାରୁ ସ୍ବାମୀକୁ ହାଣି ଦେଲା ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ବାମୀ ଡାକ୍ତରଖାନାରେ ଭର୍ତ୍ତି । ଏଭଳି ଅଘଟଣ ଘଟିଛି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳର ଗୋଲାଗାଡ଼ିଆ ଗାଁରେ ।
ସ୍ତ୍ରୀର ଟାଙ୍ଗିଆ ଚୋଟରେ ସ୍ବାମୀ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଲେ ଗୁଳାଗାଡିଆ ଗାଁ ଅରୁଣ ମିଶ୍ର ବୋଲି ଜଣାପଡିଥିବା ବେଳେ ସେ ଏବେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଗାଁର ଅରୁଣ ମିଶ୍ର ଗତକାଲି ତାଙ୍କ ସ୍ତ୍ରୀଙ୍କ ଠାରୁ 1000 ଟଙ୍କା ଫେରାଇବି କହି ମାଗି ନେଇଥିଲେ । ଉକ୍ତ ଟଙ୍କା ନ ଫେରାଇବାରୁ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ତୀବ୍ର ବଚସା ହୋଇଥିଲା ।
ଟଙ୍କା ଦେଲାନି ସ୍ୱାମୀ, ସ୍ତ୍ରୀର ଟାଙ୍ଗିଆ ଚୋଟରେ ଗୁରୁତର ଏଥିରେ ଉତକ୍ଷିପ୍ତ ହୋଇ ଅରୁଣ ମିଶ୍ର ତାଙ୍କ ସ୍ତ୍ରୀକୁ ନିର୍ଧୁମ ମାଡ ମାରିବା ସହ ଘରୁ ଏକ ଟାଙ୍ଗିଆ ଆଣି ତାଙ୍କ ସ୍ତ୍ରୀ ମୋତି ମିଶ୍ରକୁ ଆକ୍ରମଣ କରିବାକୁ ଯାଉଥିବା ବେଳେ ସ୍ତ୍ରୀ ଉକ୍ତ ଟାଙ୍ଗିଆକୁ ଛଡାଇ ନେଇ ପାଲଟା ଆକ୍ରମଣ କରିଥିଲେ । ଟାଙ୍ଗିଆ ଆକ୍ରମଣରେ ଅରୁଣଙ୍କରଅଣ୍ଟାରେ ଗଭୀର କ୍ଷତ ହୋଇଥିଲା। ସ୍ଥାନୀୟ ଲୋକମାନେ ଅରୁଣଙ୍କୁ ଗୁରୁତର ଅବସ୍ଥାରେ ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିଲେ।
ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ଅରୁଣ ମିଶ୍ରଙ୍କ ସ୍ତ୍ରୀ ମୋତି ମିଶ୍ର ପୋଲିସକୁ ଦେଖି ଫେରାର ହୋଇଥିବା ଜଣାପଡିଛି।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ,ଇଟିଭି ଭାରତ