ଓଡିଶା

odisha

ବିଧବାଙ୍କୁ ଟାଙ୍ଗିଆରେ ହାଣି ନିର୍ମମ ହତ୍ୟା

By

Published : Sep 21, 2019, 12:04 PM IST

ବିଧବା ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା । ଘରେ ସାମ୍ନାରେ ବସିଥିବାବେଳେ ହତ୍ୟା କରିଛି ହତ୍ୟାକାରୀ । ମୁଣ୍ଡ ଓ ବେକକୁ ଟାଙ୍ଗିଆରେ ଆକ୍ରମଣ କରିବା ଫଳରେ ମହିଳାଙ୍କର ମୃତ୍ୟୁ ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଲଲହଡା ଥାନା ବତିସୁଆଁ ପଂଚାୟତ ସୋଲଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ଜଣେ ବିଧବା ମହିଳାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ମହିଳା ଜଣଙ୍କ ନିଜ ଘର ସମ୍ମୁଖରେ ବସିଥିବାବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।

ପୋଲିସ ସୂଚନା ମୁତାବକ ସୋଲଡା ଗ୍ରାମର ଗୁବେଇ କୁଂକାଲଙ୍କୁ ସୁକୁଦାର ସୋରେନ ଟାଙ୍ଗିଆରେ ହାଣି ହତ୍ୟା କରିଛି । ସୁକୁଦାର ମହିଳାଙ୍କର ବେକ ଓ ମୁଣ୍ଡକୁ ନିର୍ମମ ଭାବେ ହାଣିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି । ହତ୍ୟା ପରେ ମୃତଦେହକୁ ଗାତ ଖୋଳି ପୋତିଦେବାକୁ ଉଦ୍ୟମ କରିଥିଲା ଅଭିଯୁକ୍ତ । କିନ୍ତୁ ବିଫଳ ହେବା ପରେ ଫେରାର ହୋଇଯାଇଛି ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନ୍ୟପଟେ ହତ୍ୟାକାରୀ ସୁକୁଦାର ଗାଁ ପାଖ ଜଙ୍ଗଲରେ ଲୁଚିଥିବା ଖବର ପାଇ ପାଲଲହଡ଼ା ପୋଲିସ ଗ୍ରାମର ଯୁବକଙ୍କ ସହାୟତାରେ ତାଙ୍କୁ ଗିରଫ କରିଛି । ଘଟଣାର ପ୍ରକୃତ କାରଣ ଜଣାପଡ଼ିନଥିବାବେଳେ ହତ୍ୟାରେ ବ୍ୟବହୃତ ହୋଇଥିବା ଟାଙ୍ଗିଆକୁ ଜବତ କରିଛି ପୋଲିସ । ଏହାସହ ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଜାରି ରଖିଛି ପାଲଲହଡ଼ା ପୋଲିସ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details