ଅନୁଗୋଳ: ଜିଲ୍ଲାର ତାଳଚେର ମ୍ୟୁନିସିପାଲିଟିର ୧୩ ନଂ ୱାଡ଼ରେ ଏକ ଅଭାବନୀୟ ଘଟଣା ଘଟିଛି । ବାବୁଲାଲ କଲୋନୀର ଅବତାର ସିଂଙ୍କ ଘର ପଛ ପଟେ ଥିବା କୂଅଟି ହଠାତ ଧସି ଯାଇଛି । ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି । ତେବେ କୂଅଟି ଭୂତଳ କୋଇଲା ଖଣି ପାଇଁ ଧସିଥିବା ଅଭିଯୋଗ ହୋଇଛି ।
ଧସିଲା କୂଅ, ଲୋକେ ଭୟଭିତ - ଖଣି କର୍ତୃପକ୍ଷ
ଧସିଲା କୂଅ, ଲୋକେ ଭୟଭିୟ । ଭୂତଳ କୋଇଲା ଖଣି ପାଇଁ କୂଅ ଧସିଥିବା ଅଭିଯୋଗ । କୂଅ ସହ ସେଠାରେ ଲାଗିଥିବା ଚାନ୍ଦିନୀ ଏବଂ ମୋଟର ମଧ୍ୟ ଭୂମି ତଳକୁ ପସି ଯାଇଛି । ତାଳଚେରରେ ବାରମ୍ବାର ଏଭଳି ମାଟି ଧସୁଥିବା ଯୋଗୁଁ ସହରବାସୀ ଭୟଭୀତ ହୋଇପଡିଛନ୍ତି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
କୂଅ ସହ ସେଠାରେ ଲାଗିଥିବା ଚାନ୍ଦିନୀ ଏବଂ ମୋଟର ମଧ୍ୟ ଭୂମି ତଳକୁ ପଶି ଯାଇଛି । ଘଟଣା ପରେ ତାଳଚେର ଉପଜିଲ୍ଲାପାଳ ଏବଂ ଖଣି କର୍ତୃପକ୍ଷ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଉକ୍ତ ସ୍ଥାନରେ ପୂର୍ବରୁ ଏମସିଏଲ ଦେଉଳବେଡ଼ା ଭୂତଳ କୋଇଲାଖଣି ରହିଥିଲା । ତେଣୁ ଭିତର ଫାଙ୍କା ରହିଥିବାରୁ କୂଅଟି ଏଭଳି ହଠାତ ଭୂତଳକୁ ଧସି ଯାଇଥିବା ଅଭିଯୋଗ ହୋଇଛି । ସେପଟେ ତାଳଚେରରେ ବାରମ୍ବାର ଏଭଳି ମାଟି ଧସୁଥିବା ଯୋଗୁଁ ତାଳଚେରବାସୀ ଭୟଭୀତ ହୋଇପଡିଛନ୍ତି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ