ଓଡିଶା

odisha

ETV Bharat / state

ରେଙ୍ଗାଲି ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟାଜଳ - rengali dam

ରେଙ୍ଗାଲି ଜଳ ଭଣ୍ଡାରରେ ଜଳ ଧାରଣ କ୍ଷମତା ଠାରୁ ଜଳସ୍ତର ବଢୁ ଥିବାରୁ ଗୋଟିଏ ଗେଟ ଖୋଲା ଯାଇଛି । ଆବଶ୍ୟକ ପଡ଼ିଲେ ଆଉ ଗେଟ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

ରେଙ୍ଗାଲି ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟାଜଳ
ରେଙ୍ଗାଲି ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟାଜଳ

By

Published : Aug 23, 2020, 9:04 PM IST

ଅନୁଗୋଳ: ଜିଲ୍ଲାରେ ବ୍ରାହ୍ମଣୀ ନଦୀ ଉପରେ କରାଯାଇଥିବା ରେଙ୍ଗାଲୀ ଜଳଭଣ୍ଡାରରୁ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଜଳ ଭଣ୍ଡାର ଉପର ମୁଣ୍ଡରେ ଅଧିକ ବର୍ଷା କାରଣରୁ ନିଷ୍କାସିତ ହେଉଛି ବନ୍ୟାଜଳ ।

ରେଙ୍ଗାଲି ଜଳ ଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟାଜଳ

ରେଙ୍ଗାଲି ଜଳ ଭଣ୍ଡାରରେ ଜଳଧାରଣ କ୍ଷମତା ଠାରୁ ଜଳ ସ୍ତର ବଢୁ ଥିବାରୁ ଗୋଟିଏ ଗେଟ ଖୋଲା ଯାଇଛି । ଆବଶ୍ୟକ ପଡ଼ିଲେ ଆଉ ଗେଟ ଖୋଲିବାକୁ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରେଙ୍ଗାଲି ଜଳଭଣ୍ଡାର ଜଳସ୍ତର ୧୨୧.୩୯ ମିଟର ଅଛି ଓ ଏହାର ସମ୍ପୂର୍ଣ୍ଣ ଜଳଧାରଣ ସ୍ତର ୧୨୩.୫୦ ମିଟର ଏବଂ ଏହାର ସବୋର୍ଚ୍ଚ ଜଳଧାରଣ ସ୍ତର ୧୨୫.୪୦ ମିଟର । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୪୧୨ ଘନ ମିଟର ଜଳ ପ୍ରବେଶ କରୁଛି ଏବଂ ପାୱାର ହାଉସ ଦ୍ଵାରା ପ୍ରତି ସେକେଣ୍ଡକୁ ୬୭୭ ଘନ ମିଟର ଜଳ ନିଷ୍କାସିତ ହେଉଛି ।

ତେଣୁ ସୁରକ୍ଷା ଦୃଷ୍ଟିରୁ ଗୋଟିଏ ଗେଟ ଖୋଲା ଯାଇଛି । ରେଙ୍ଗାଲି ବନ୍ଧର ନିମ୍ନ ଭାଗରେ ବାସ କରୁଥିବା ଜନସାଧାରଣଙ୍କୁ ସତର୍କ ସୂଚନା ଦିଆଯାଇଛି । ଗୋଟିଏ ଗେଟ ଦ୍ୱାରା ଆଉ ଅତିରିକ୍ତ ୧୨୫୦ ଘନ ମିଟର ଜଳ ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details