ଅନୁଗୋଳ: ଜରପଡା ଥାନା ଅଧିନସ୍ଥ ଅନ୍ତୁଳିଆ ଗାଁରେ ଚାଞ୍ଚଲ୍ୟ । ଗାଁର ୱାର୍ଡମେମ୍ବର ଜଗବନ୍ଧୁ ବେହେରାଙ୍କୁ ଭୁଜାଲିରେ ହାଣି ହତ୍ୟା ଅଭିଯୋଗ । ଜମିବାଡି ମାମଲାକୁ କେନ୍ଦ୍ର କରି ହତ୍ୟା କରାଯାଇଥିବା ସନ୍ଦେହ ।
ଗାଁ ଦାଣ୍ଡରେ ୱାର୍ଡମେମ୍ବରଙ୍କୁ ହତ୍ୟା - ଅନୁଗୋଳରେ ୱାର୍ଡ ମେମ୍ବରଙ୍କୁ ହତ୍ୟା
ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ହତ୍ୟା । ଅନୁଗୋଳ ଜିଲ୍ଲା ଜରପଡା ଥାନା ଅଧିନସ୍ଥ ଅନ୍ତୁଳିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ
ତେବେ ସେହି ଗାଁର ସଦାନନ୍ଦ ଗଡନାଏକ ନାମକ ବ୍ୟକ୍ତି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସେପଟ ଘଟଣା ଘଟିବା ପରେ ଫେରାର ହୋଇଯାଇଛି ସଦାନନ୍ଦ । ଉଭୟଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର କରି ତିକ୍ତତା ଲାଗି ରହିଥିଲା । ଏଥିଯୋଗୁଁ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ