ଅନୁଗୋଳ: ପୁରୁଣାକୋଟ ଥାନା ଅନ୍ତୁଳିଆ ଗାଁ ୱାର୍ଡ ମେମ୍ବରଙ୍କୁ ଭୁଜାଲିରେ ହାଣି ଫେରାର ଥିବା ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଜମି ବାଡି ବିବାଦ ଯୋଗୁଁ ବଜାର ମଝିରେ ଜଗବନ୍ଧୁ ବେହେରାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ସଦାନନ୍ଦ।
ଜଗବନ୍ଧୁ ସାତକୋଶିଆ ଭାଜପା ମଣ୍ଡଳ ଅନୁସୂଚିତ ଜାତି ଓ ଜନଜାତି ମୋର୍ଚ୍ଚା ସଭାପତି ତଥା ଅନ୍ତୁଳିଆ ପଞ୍ଚାୟତ ୭ନଂ. ୱାର୍ଡର ୱାର୍ଡମେମ୍ବର । ମୃତକଙ୍କ ପରିବାର ଲୋକେ କହିଛନ୍ତି ଜଗବନ୍ଧୁ ଓ ସଦାନନ୍ଦଙ୍କ ଘର ମଧ୍ୟରେ ପୂର୍ବରୁ ଜମିବାଡ଼ିକୁ ନେଇ ବିବାଦ ଲାଗି ରହିଥିଲା । ରବିବାର ରାତି ପ୍ରାୟ ସାଢେ ୮ଟାରେ ଜଗବନ୍ଧୁ ନିଜ ଝିଅ ଘରୁ ଫେରି ଗାଁ ଛକରେ ଛିଡା ହୋଇଥିବାବେଳେ ହଠାତ ସଦାନନ୍ଦ ଭୁଜାଲିରେ ତାଙ୍କୁ ଆକ୍ରମଣ କରିଥିଲା ।