ଅନୁଗୋଳ: କେତେବେଳେ କେଉଁ ତମ୍ବୁ ତଳେ ତ, ଆଉ କେଉଁ ଗଛ ମୂଳେ । ଖାଦ୍ୟ ଅନ୍ବେଷଣ ନାଁରେ କାଟିଆସୁନ୍ତି ଯାଯାବର ଜୀବନ । ହେଲେ ଏବେ, ଦି ମୁଠା ଦାନା ପାଇଁ ଡହଳ ବିକଳ ଏମାନଙ୍କ ଜୀବନ । ଅନୁଗୋଳ ଜିଲ୍ଲାର ଖଲାରୀ ପଞ୍ଚାୟତରେ ବସବାସ କରୁଥିବା ଯାଯାବରଙ୍କ ଜୀବନ ଏବେ କୋରୋନା ପାଇଁ ସନ୍ଦିହୀନା ହୋଇପଡିଛି ।
ରାତି ପାହିଲେ ଏମାନେ ଗାଁ ଗାଁ ବୁଲି ଚିରା ଲୁଗା ସଂଗ୍ରହ କରି କନ୍ଥା ସିଲେଇ କରୁଥିଲେ । ସେଥିରୁ ଯାହା ମିଳୁଥିବା ନିଜର ଜୀବିକା ନିର୍ବାହ କରୁଥିଲେ । ହେଲେ ଏବେ ଏମାନଙ୍କୁ ଗାଁକୁ ପୁରାଇ ଦେଉ ନାହାଁନ୍ତି ଲୋକେ । ଏପରିକି ବାହାରକୁ ବାହାରି ଆସିଲେ ଗୋଡେଇ ଆସୁଛି ପୋଲିସ । ତେଣୁ ରୋଜଗାର ନଥିବାରୁ ଅଖିଆ ଅପିଆ ଗଛ ମୂଳରେ କଟୁଛି ଜୀବନ ।