ଓଡିଶା

odisha

ETV Bharat / state

ଶୁଣିଲେନି ସରକାର, ଚାନ୍ଦା ଆଦାୟ କରି ରାସ୍ତା ତିଆରି କଲେ ଗ୍ରାମବାସୀ - ଛେଣ୍ଡିପଦା ବ୍ଲକ ଘୁଣ୍ଟୁଣି ପଶି ଗାଁ

ରାସ୍ତାଟିଏ ପାଇଁ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ପାଖକୁ ଦୌଡି ନୟାନ୍ତ ହୋଇ କୌଣସି ସୁଫଳ ନମିଳିବା ପରେ ନିଜେ ରାସ୍ତା ତିଆରି କଲେ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଘୁଣ୍ଟୁଣି ପଶି ଗାଁ ଲୋକେ । ଅଧିକ ପଢ଼ନ୍ତୁ...

villagers of ghuntuni pashi, Gunthunipashi of anugul, villagers constructed a road by themselves, ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ,  ଛେଣ୍ଡିପଦା ବ୍ଲକ ଘୁଣ୍ଟୁଣି ପଶି ଗାଁ
ଶୁଣିଲେନି ସରକାର, ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

By

Published : Jul 27, 2021, 7:23 PM IST

ଅନୁଗୋଳ: ସରକାରଙ୍କ ଉପରୁ ତୁଟିଲା ଗ୍ରାମବାସୀଙ୍କ ଭରସା। ନିଜ ଗାଁ ପାଇଁ ଚାନ୍ଦାକରି ନିଜେ ରାସ୍ତା କଲେ ଗ୍ରାମବାସୀ। ଏଭଳି କାର୍ଯ୍ୟ କରିଛନ୍ତି ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଘୁଣ୍ଟୁଣି ପଶି ଗାଁ ଲୋକେ। କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ ହେବ, ତେଣୁ ସରକାରଙ୍କ ପକ୍ଷରୁ ଛେଣ୍ଡିପଦା ବ୍ଲକ୍ ମାଛକୁଟା, ବସନ୍ତପୁର ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ୭ ବର୍ଷ ହେଲା ବନ୍ଦ ରହିଛି । ଫଳରେ ଅଞ୍ଚଳବାସୀ ବହୁ ହନ୍ତସନ୍ତ ହେଉଛନ୍ତି । ଯାତାୟାତ ଅସମ୍ଭବ ହେବାରୁ ଘୁଣ୍ଟୁଣିପଶି ଗ୍ରାମବାସୀ ଚାନ୍ଦା କରି ଗାଁ ରାସ୍ତା ନିର୍ମାଣ କରିଛନ୍ତି ।

ଶୁଣିଲେନି ସରକାର, ନିଜେ ରାସ୍ତା ତିଆରି କଲେ ଗ୍ରାମବାସୀ

ମାଛକୁଟା-ବସନ୍ତପୁର ରାସ୍ତାରେ ପଡ଼ୁଛି ଘୁଣ୍ଟୁଣିପଶି । ୨୦ ବର୍ଷ ତଳେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ମାଛକୁଟା- ବସନ୍ତପୁର ରାସ୍ତା ୧ କିଲୋମିଟର ନିର୍ମାଣ କରାଯାଇଥିଲା । ଆଉ ପ୍ରାୟ ୫ ଶହ ମିଟର ରାସ୍ତା ନିର୍ମାଣ କରାଯାଇନଥିବାରୁ ଘୁଣ୍ଟୁଣିପଶି ଗ୍ରାମବାସୀ ଯିବା ଆସିବା କରିବାରେ ବହୁ ହଇରାଣ ହେଉଥିଲେ । ତେବେ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବ୍ଲକ ଅଧିକାରୀଙ୍କ ପାଖକୁ ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା ।

ଶେଷରେ ନିଜେ ରାସ୍ତା ତିଆରି କରିବା ପାଇଁ ଗ୍ରାମବାସୀ ପଦକ୍ଷେପ ନେଇଛନ୍ତି । ଗାଁର ୧୭୦ ପରିବାର ୧୦୦ ଟଙ୍କା ଲେଖାଁଏ ଚାନ୍ଦା ଦେଇଥିଲେ । ସେହିପରି ଗାଁର ବଦାନ୍ୟ ବ୍ୟକ୍ତିମାନେ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ଟଙ୍କା ଯୋଗଡ କରି ଏହି ଟଙ୍କା ବିନିଯୋଗ କରିବା ସହ ଗାଁର ବୟସ୍କ, କନିଷ୍ଠ ସମସ୍ତେ ମାସେରୁ ଅଧିକ ଦିନ ଶ୍ରମ ଦାନକରି ଲଟାବୁଦା କାଟି ୫ଶହ ମିଟର ରାସ୍ତା ନିର୍ମାଣ କରିଛନ୍ତି । ସେହିପରି ରାସ୍ତାରେ ପୋଲ ଓ କଂକ୍ରିଟ୍ କାନ୍ଥ ନିର୍ମାଣ ପାଇଁ ଗ୍ରାମବାସୀ ୩୫ ହଜାର ଟଙ୍କା ସଂଗ୍ରହ କରିଛନ୍ତି ଓ ଖୁବ୍‌ଶୀଘ୍ର ଏହି ରାସ୍ତା କାମ ସମ୍ପୂର୍ଣ୍ଣ କରିବା ପାଇଁ ଲାଗିପଡଡ଼ିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details