ଓଡିଶା

odisha

ETV Bharat / state

କଲବଲ କଲା ହାତୀ ଉତ୍ପାତ, ରେଞ୍ଜର ଓ ବନ କର୍ମଚାରୀକୁ ଅଟକ ରଖିଥିଲେ ଗ୍ରାମବାସୀ - ଥମୁନି ହାତୀ ଆତଙ୍କ

ଅନୁଗୋଳରେ ଥମୁନି ହାତୀ ଉପଦ୍ରବ । ଗାଁକୁ ହାତୀ ପସିବାରୁ ରେଞ୍ଜର ଓ ବନ କର୍ମଚାରୀକୁ ଅଟକ ରଖିଥିଲେ ଗ୍ରାମବାସୀ । ଅଧିକ ପଢ଼ନ୍ତୁ

villagers detained Rangers and forest guard
villagers detained Rangers and forest guard

By ETV Bharat Odisha Team

Published : Sep 11, 2023, 1:51 PM IST

villagers detained Rangers and forest guard

ଅନୁଗୋଳ:ଜିଲ୍ଲାରେ ଥମୁନି ହାତୀ ଆତଙ୍କ । ଉଗ୍ରରୂପ ନେଉଛି ହାତୀ ଉପଦ୍ରବ । ହାତୀ ଆକ୍ରମଣରେ ଦିନକୁ ଦିନ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଯାହାକୁ ନେଇ ତେଜିବାରେ ଲାଗିଛି ଜନ ଅସନ୍ତୋଷ । ଜରାରପୁରରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଦୁଇ ରେଞ୍ଜ ଅଧିକାରୀ ଓ ଦୁଇ ବନ କର୍ମଚାରୀଙ୍କୁ ଅଟକ ରଖିଛନ୍ତି ଗ୍ରାମବାସୀ । ଅଟକ ରେଞ୍ଜ୍‌ ଅଧିକାରୀ ହେଉଛନ୍ତି ହରମୋହନ ନାୟକ ଓ ବନରକ୍ଷୀ ହରମୋହନ ପ୍ରଧାନ ।

ବନ୍ତଳାଥାନା ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବା ବେଳେ ଫସଲ ଉଜୁଡ଼ି ଯାଉଛି । ଏପରିକି ଜରାରପୁର ଗାଁରେ ଦିନ ରାତି ଉପଦ୍ରବ ଘଟାଇ ଚାଲିଛନ୍ତି ହାତୀପଲ । ଫଳରେ ଭୟରେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି । ଯାହାର ମୁକାବିଲା କରିବାରେ ବନବିଭାଗ ଫେଲ୍‌ ମରିଛି । ଆଜି ଗାଁ ଶିବ ମନ୍ଦିର ନିକଟରେ ହାତୀପଲ ଥିବା ଖବର ପାଇ ରେଞ୍ଜର ଓ ଫରେଷ୍ଟର ଘଉଡ଼ାଇବାକୁ ଆସିଥିଲେ । କିନ୍ତୁ ସେଠାରେ ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଥିଲେ ।

ହାତୀ ଉପଦ୍ରବରେ ଅତିଷ୍ଠ ଲୋକେ ଦୁଇ ବନ କର୍ମଚାରୀଙ୍କୁ ପାଖରେ ପାଇ ଅଟକ ରଖିଥିଲେ । ଅନ୍ୟପଟେ ହାତୀପଲ ଥିବା ଶିବ ମନ୍ଦିର ପରିସରରେ ଦୁଇ ଅଧିକାରୀଙ୍କୁ ଉତ୍ୟକ୍ତ ଲୋକେ ଅଟକ ରଖିଥିବା ଜଣାପଡ଼ିଛି । ହାତୀପଲ ପାଖ ଜଙ୍ଗଲକୁ ଯିବାପରେ ଲୋକେ ରେଞ୍ଚ ଅଧିକାରୀ ଓ ଦୁଇ ବନ କର୍ମଚାରୀଙ୍କୁ ଛାଡ଼ିଥିଲେ ।

ଏହା ମଧ୍ୟ ପଢନ୍ତୁ- ହାତୀ ଉଜାଡି ଦେଲା ଫସଲ ,ଚିନ୍ତାରେ ଚାଷୀକୁଳ

ଗତ ସେପ୍ଟେମ୍ବର 6ତାରିଖରେ ଏକ 22 ଟିକିଆ ହାତୀପଲ ଅନୁଗୋଳ ବନାଞ୍ଚଳ ସାହାଡ଼ା ଗୋଡାରେ ଗାଁରେ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ । ଚାଷ ଜମିରେ ପଶି ଫସଲ ଦଳି ଚକଟି ନଷ୍ଟ କରିଦେଇଥିଲେ ହାତୀ । କିଛିଦିନ ପୂର୍ବେ ସାହାଡ଼ା ଗୋଡା ଗାଁରେ ଜଣଙ୍କୁ ହାତୀ ମାରିଥିବା ବେଳେ ପାଖ ଗାଁ ପାତେଲିରେ 2 ଜଣଙ୍କୁ ହାତୀ କଚାଡ଼ି ମାରିଥିଲା । ଠିକ ଏହାର ଏକ ସପ୍ତାହ ପରେ ତଲଗଡ଼ ଗାଁରେ ସ୍ୱାମୀ ଓ ସ୍ତ୍ରୀ ହାତୀ ଆକ୍ରମଣରେ ଶିକାର ହୋଇ ଗୁରୁତର ହୋଇଥିଲେ । ସମଗ୍ର ଅଞ୍ଚଳରେ ଏଭଳି ହାତୀଙ୍କ ଉପଦ୍ରପ ପରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details