ଓଡିଶା

odisha

ETV Bharat / state

ଛେଣ୍ଡିପଦାରେ ରାସ୍ତା ନିର୍ମାଣକୁ ବିରୋଧ, ଠିକାସଂସ୍ଥା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ - ଛେଣ୍ଡିପଦାରେ ରାସ୍ତା ନିର୍ମାଣକୁ ବିରୋଧ

ଅନୁଗୋଳ ଜିଲ୍ଲା ଚାଙ୍ଗୁଡ଼ିଆଠାରୁ କେନ୍ଦୁପସି ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭଗ ପକ୍ଷରୁ ହେଉଥିବା ରାସ୍ତାର ନିର୍ମାଣକୁ ଗ୍ରାମବାସୀଙ୍କ ବିରୋଧ । ଏକ ଜେସିବି ମେସିନ ଓ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ...

ଛେଣ୍ଡିପଦାରେ ରାସ୍ତା ନିର୍ମାଣକୁ ବିରୋଧ, ଠିକାସଂସ୍ଥା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ
ଛେଣ୍ଡିପଦାରେ ରାସ୍ତା ନିର୍ମାଣକୁ ବିରୋଧ, ଠିକାସଂସ୍ଥା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

By

Published : May 26, 2020, 1:25 PM IST

ଅନୁଗୋଳ: ରାସ୍ତା ନିର୍ମାଣକୁ ବିରୋଧ କରି ଆନ୍ଦୋଳନରେ ଗ୍ରାମବାସୀ । ଅନୁଗୋଳ ଜିଲ୍ଲା ଛେଣ୍ତିପଦା ଥାନା ଚାଙ୍ଗୁଡ଼ିଆ ଗାଁ ଲୋକେ ଚାଙ୍ଗୁଡ଼ିଆଠାରୁ କେନ୍ଦୁପସି ପର୍ଯ୍ୟନ୍ତ ଗ୍ରାମ୍ୟଉନ୍ନୟନ ବିଭଗ ପକ୍ଷରୁ ହେଉଥିବା ରାସ୍ତା ନିର୍ମାଣକୁ ବିରୋଧ କରିଛନ୍ତି । ଏହାସହ ସହିତ ଏକ ଜେସିବି ମେସିନ ଓ ଠିକା ସଂସ୍ଥାର ଦୁଇ ଜଣ କର୍ମଚାରୀଙ୍କୁ ଅଟକ ରଖିଥିଲେ ଗ୍ରାମବାସୀ ।

ଛେଣ୍ଡିପଦାରେ ରାସ୍ତା ନିର୍ମାଣକୁ ବିରୋଧ, ଠିକାସଂସ୍ଥା କର୍ମଚାରୀଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଚାଙ୍ଗୁଡିଆ ଗ୍ରାମଠାରୁ କମ୍ପସଲା କେନ୍ଦୁପସି ଗ୍ରାମ ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଏହି ରାସ୍ତାର ପ୍ରଶସ୍ତିକରଣ କରାଗଲେ ଗାଁରେ ଥିବା ଘର ଭିତରେ ପାଣି ପଶିବା ସହିତ ଗ୍ରାମବାସୀ ଦୁର୍ଘଟଣାର ସମ୍ମୁଖୀନ ହେବେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଗାଁରେ ନିୟମିତ ଭାବେ ଶହ ଶହ କୋଇଲା ବୋଝେଇ ଟ୍ରକ ଚଳାଚଳ କରି ଛୋଟବଡ ଅନେକ ସମସ୍ୟା ଦେଖାଯିବ । ଏଣୁ ଗ୍ରାମବାସୀ ଏହି ରାସ୍ତା ନିର୍ମାଣକୁ ବିରୋଦ୍ଧ କରିବା ସହିତ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ । କିନ୍ତୁ ପ୍ରଶାସନ ରାସ୍ତା ନିର୍ମାଣ ସମ୍ପର୍କରେ ଗ୍ରାମବାସୀଙ୍କୁ ଅବଗତ କରାଇନଥିବା ବେଳେ ସଂପୃକ୍ତ ଠିକାଦାର ଜୋର ଜବରଦସ୍ତ ନିର୍ମାଣ କରୁଥିବାରୁ ନିର୍ମାଣ କାର୍ଯ୍ୟକୁ ବିରୋଧ ହୋଇଥିଲା ।

ଘଟଣା ସ୍ଥଳରେ ଛେଣ୍ତିପଦା ପୋଲିସ ପହଞ୍ଚି ଗ୍ରାମବାସୀଙ୍କୁ ସହିତ ଆଲୋଚନା କରିଥିଲେ । ପରବର୍ତ୍ତୀ ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ବନ୍ଦ ରହିବ ବୋଲି ପ୍ରତିଶୃତି ଦେବା ପରେ ଅଟକ କର୍ମଚାରୀ ଓ ଜେସିବି ମେସିନକୁ ଗ୍ରାମବାସୀ ଛାଡିଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details