ଓଡିଶା

odisha

ETV Bharat / state

ଆଲୁମିନିୟମ ପାର୍କ ପାଇଁ ଜମି ହରାଇଥିବା ଗ୍ରାମବାସୀଙ୍କ ଆନ୍ଦୋଳନ - Villagers are agitating for employment

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ନାଲକୋ ପକ୍ଷରୁ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଜମି ହରାଇଥିବା ବନ୍ଦା ଗାଁଲୋକେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

anugul
ଜମି ଦେଇ ଏବେ ଆନ୍ଦୋଳନରେ ଗାଁ ଲୋକେ

By

Published : Aug 6, 2020, 7:49 PM IST

ଅନୁଗୋଳ: ଆଲୁମିନିୟମ ପାର୍କ ପାଇଁ ଜମି ହରାଇଥିବା ଗ୍ରାମବାସୀଙ୍କ ନିଯୁକ୍ତି ନେଇ ପ୍ରତିବାଦ । ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅଞ୍ଚଳରେ ନାଲକୋ ପକ୍ଷରୁ ହେଉଥିବା ଆଲୁମିନିୟମ ପାର୍କ ପାଇଁ ଜମି ହରାଇଥିବା ବନ୍ଦା ଗାଁଲୋକେ ଏବେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଲୁମିନିୟମ ପାର୍କ ପାଇଁ ଜମି ନେବା ପରେ ଏବେ ନିଯୁକ୍ତି ପାଇଁ ଆନ୍ଦୋଳନରେ ଜମିହରା ଗ୍ରାମବାସୀ । ବାରମ୍ବାର ଗୁହାରି ପରେ କେହି ନଶୁଣିବାରୁ ରାସ୍ତାରେ ଲୋକେ । ଦୀର୍ଘ ଦିନରୁ ଜମି ହରାଇ ଥିଲେ ବି ଗାଁର ବେକାର ଯୁବକଯୁବତୀଙ୍କୁ ନିଯୁକ୍ତି ଦେବ କହି ଏବେ ପ୍ରଶାସନ ଠକୁଥିବା ଅଭିଯୋଗ କରିଛନ୍ତି ଗାଁଲୋକେ ।ପ୍ରତିବାଦରେ ସେମାନେ ଆଲୁମିନିୟମ ପାର୍କର ରାସ୍ତାକୁ ଅବରୋଧ କରିଥିଲେ ।

ଜମି ଦେଇ ଏବେ ଆନ୍ଦୋଳନରେ ଗାଁ ଲୋକେ

ସେମାନଙ୍କୁ ପ୍ରତ୍ୟକ୍ଷ ହେଉ କି, ପରୋକ୍ଷରେ ରୋଜଗାର ଯୋଗାଇ ଦେବାକୁ ସେମାନେ ଦାବି କରିଛନ୍ତି । ବାହାର ରାଜ୍ୟର ଓ ଅନ୍ୟ ଜିଲ୍ଲାର ଲୋକେ ସେଠାରେ କାମ ପାଉଥିଲେ ବି ତାଙ୍କ ଗାଁର ଲୋକଙ୍କୁ ନିଯୁକ୍ତି ମିଳୁନାହିଁ । ତେଣୁ ଗାଁର ପୁରୁଷ ମହିଳା ସମସ୍ତେ ଏହାର ପ୍ରତିବାଦ ଆନ୍ଦୋଳନରେ ବସିଥିବା ଦେଖିବାକୁ ମିଳିଛି ।

ଇଡିକୋ ପକ୍ଷରୁ ଏହି ପାର୍କ ପାଇଁ ଜମି ଅଧିଗ୍ରହଣ ହୋଇଛି । ତେବେ କୋରୋନା ଭଳି ସ୍ଥିତିରେ ଲୋକେ ରୋଜଗାର ପାଉ ନଥିବାବେଳେ ଏହି ଗାଁଲୋକେ ନିଯୁକ୍ତି ଖଣ୍ଡେ ପାଇଁ ପ୍ରତିବାଦ କରିଛନ୍ତି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details