ଓଡିଶା

odisha

ETV Bharat / state

ଭିଜିଲାନ୍ସ ଜାଲରେ ସମଲ ବ୍ୟାରେଜର ବରିଷ୍ଠ କିରାଣୀ - ଭିଜିନ୍ସ ଚଢାଉ

ଅନୁଗୋଳ ଜଳସେଚନ ବିଭାଗ ତଥା ସମଲ ବ୍ୟାରେଜ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ପ୍ରଦ୍ୟୁମ୍ନ କୁମାର ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ଠିକାଦାରଙ୍କ ଠାରୁ 5 ହଜାର ଟଙ୍କା ଲାଞ୍ଚ ନେବା ବେଳେ ସେ ଧରାପଡିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : Aug 30, 2019, 9:10 PM IST

ଅନୁଗୋଳ: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ । ଲାଞ୍ଚ ନେବା ବେଳ ଧରାପଡିଛନ୍ତି ସରକାରୀ ବାବୁ । ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ପ୍ରଦ୍ୟୁମ୍ନଙ୍କୁ ଧରିଲା ଭିଜିଲାନ୍ସ । ଅନୁଗୋଳ ଜଳସେଚନ ବିଭାଗ ତଥା ସମଲ ବ୍ୟାରେଜ ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିଲେ ପ୍ରଦ୍ୟୁମ୍ନ କୁମାର ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥନା ରସକିଶୋରୀ ପାଳର ଅକ୍ଷୟ କୁମାର ସାହୁ ଏକ ଠିକାଦାର ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ଯାହା କରାଇବା ପାଇଁ ପ୍ରଦ୍ୟୁମ୍ନ ତାଙ୍କୁ ୬ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଶୁକ୍ରବାର ଅପରାହ୍ନରେ ଅକ୍ଷୟଙ୍କ ଠାରୁ 5 ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ପ୍ରଦ୍ୟୁମ୍ନଙ୍କୁ ଗିରଫ କରିଛି । ଗିରଫ ପରେ ତାଙ୍କ ସରକାରୀ କ୍ବାଟର, ଢେଙ୍କାନାଳରେ ଥିବା ଘରେ ମଧ୍ୟ ଚଢ଼ାଉ କରିଛି ବିଭାଗ । କଟକ ଭିଜିଲାନ୍ସ ବିଭାଗ ବରିଷ୍ଠ ଅଧିକାରୀମାନେ ଏହି ଚଢାଉରେ ସାମିଲ ଥିଲେ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details