ଅନୁଗୋଳ: ଭିଜିଲାନ୍ସ ସ୍କାନରେ ସରକାରୀ ବାବୁ । ଅନୁଗୋଳ ଜିଲ୍ଲା ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । 5 ଟି ସ୍ଥାନରେ ଚଢ଼ାଉ କରୁଛି ବିଭାଗ ।
ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ - ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ
ଭିଜିଲାନ୍ସ ସ୍କାନରେ ସରକାରୀ ବାବୁ । ଅନୁଗୋଳ ଜିଲ୍ଲା ତାଳଚେର ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ । ଅଧିକ ପଢନ୍ତୁ...
![ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ](https://etvbharatimages.akamaized.net/etvbharat/prod-images/768-512-9578326-641-9578326-1605684530140.jpg)
ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ
ଭିଜିଲାନ୍ସ ପଞ୍ଝାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଯନ୍ତ୍ରୀ
ସହକାରୀ ଯନ୍ତ୍ରୀ ଚନ୍ଦ୍ରମଣି ସାହୁଙ୍କ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକାସାଙ୍ଗରେ ୫ଟି ସ୍ଥାନରେ ଚଢ଼ାଉ ହେଉଥିବା ସୂଚନା ମିଳିଛି । ତାଙ୍କ ଢେଙ୍କାନାଳ ଟାଉନ ପ୍ଲାନିଂ ଅନ୍ତର୍ଗତ ନିଜ ବାସ ଭବନ ସମେତ ଶ୍ବଶୁର ଘର, ସରକାରୀ ବାସ ଭବନ, ପୈତୃକ ଗ୍ରାମ, ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟ ଓ କାର୍ଯ୍ୟାଳୟ ଆଦିରେ କଟକ, ଢେଙ୍କାନାଳ ଓ ଅନୁଗୋଳ ଭିଜିଲାନ୍ସ ବିଭାଗ ମିଳିତ ଚଢ଼ାଉ କରିଛନ୍ତି । ଚନ୍ଦ୍ରମଣି ସାହୁଙ୍କ ନାଁରେ ପୂର୍ବରୁ ମଧ୍ୟ ଭିଜିଲାନ୍ସ ପାଖରେ ଅଭିଯୋଗ ହୋଇଥିଲା ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ