ଅନୁଗୋଳ: ଭିଜିଲାନ୍ସ ଜାଲରେ ଅଉ ଜଣେ ସରକାରୀ କର୍ମଚାରୀ । 200 ଟଙ୍କା ଲାଞ୍ଚ ନେଇ ଦଣ୍ଡିତ ହୋଇଛନ୍ତି ସରକାରୀ ବାବୁ । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ଏହି ସରକାରୀ କର୍ମଚାରୀ ଜଣକ ହେଲେ ସ୍ବାସ୍ଥ୍ୟ ବିଭାଗର କିରାଣୀ ଅକ୍ଷୟ ଦାସ ।
2011 ମସିହାରେ ଅକ୍ଷୟ ଏକ ମୃତ୍ୟୁ ପ୍ରମାଣ ପତ୍ର ପାଇଁ ଲାଞ୍ଚ ନେଇଥିଲେ । ଏବଂ ପରବର୍ତ୍ତୀ ସମୟରେ ଗିରଫ ହୋଇଥିଲେ । ଅକ୍ଷୟ କୋଶଳା ସ୍ବାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତ୍ୟୁ ବିଭାଗରେ କିରାଣୀ ଥିବା ବେଳେ ଧାରେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ 200 ଟଙ୍କା ଲାଞ୍ଚ ନେଇଥିଲେ । ଏହି ମାମଲାରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା ।