ଓଡିଶା

odisha

ETV Bharat / state

ଲାଞ୍ଚୁଆ ସରକାରୀ ବାବୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ, ଗଣିବେ 5 ହଜାର - ପଞ୍ଚାୟତ ନିର୍ଵାହ ଅଧିକାରୀ

ଲାଞ୍ଚୁଆ ଅଧିକାରୀଙ୍କୁ ସଜ୍ଜା । ଅନୁଗୋଳ କୋର୍ଟରେ ପଞ୍ଚାୟତ ନିର୍ଵାହ ଅଧିକାରୀ ଦୋଷୀ ସାବ୍ୟସ୍ତ । 3 ବର୍ଷ ଜେଲ ସହ ଗଣିବେ ଜୋରିମାନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

By

Published : Aug 19, 2019, 5:58 PM IST

ଅନୁଗୋଳ: ଲାଞ୍ଚୁଆ ପଞ୍ଚାୟତ ନିର୍ଵାହୀ ଅଧିକାରୀଙ୍କୁ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ। ଏନେଇ ଅନୁଗୋଳ ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ଆଠମଲ୍ଲିକ ପଞ୍ଚାୟତ ଅଧିକାରୀ ପଞ୍ଚାନନ ସାହୁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ଅନୁଗୋଳ

ଖବର ଅନୁଯାୟୀ, ପଞ୍ଚାନନ 2013 ମସିହାରେ ସାନ୍ତରାପୁର ପଞ୍ଚାୟତ ଅଫିସର ଥିବା ବେଳେ ଇନ୍ଦିରା ଆବାସ କରାଇବା ପାଇଁ ଲାଞ୍ଚ ନେଉଥିଲେ। ଡେରଜାଙ୍ଗ ଗାଁର ମଲ୍ଲି ପ୍ରଧାନଙ୍କୁ ଇନ୍ଦିରା ଆବାସ କରାଇଦେବା ପାଇଁ ସେ 10 ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ ।

ଘଟଣାର ଦୀର୍ଘ 6 ବର୍ଷ ପରେ ସୋମବାର ଅନୁଗୋଳ ଭିଜଲାନ୍ସ କୋର୍ଟର ବିଚାର ପତି ରୂପଶ୍ରୀ ଚୌଧୁରୀ ମାମଲାର ବିଚାର କରି ପଞ୍ଚାନନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ତାଙ୍କୁ ତିନିବର୍ଷ ଜେଲ ଦଣ୍ଡ ସହ 5 ହଜାର ଟଙ୍କା ଜୋରିମାନା କରାଯାଇଛି । ସରକାରଙ୍କ ପକ୍ଷରୁ ଆଡଭୋକେଟ ଉଦୟ ଶଙ୍କର ମିଶ୍ର ମାମଲାର ପରିଚାଳନା କରୁଥିଲେ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details