ଅନୁଗୋଳ: ଲାଞ୍ଚ ନେଲା ବେଳେ ଧରା ପଡିଲେ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ । ଅନୁଗୋଳ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ତେବେ ସେ ପ୍ରତପ କୁମାର ପଟ୍ଟନାୟକ ନାମକ ଜଣେ ଠିକାଦାରଙ୍କ ବିଲ ପାସ କରାଇବା ପାଇଁ ୫୦ ହଜାର ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା ।
ସେହିପରି ଭିଜିଲାନ୍ସ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଅନୁଗୋଳ ଜିଲ୍ଲାର ତାଳଚେରରେ ଥିବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କାର୍ଯ୍ୟାଳୟର ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ସାହୁ କଣିହାଁ ବ୍ଲକ ବିଜିଗୋଳ ଗାଁ ପ୍ରତପ କୁମାର ପଟ୍ଟନାୟକ ନାମକ ଠିକାଦାରଙ୍କ ବିଲ ପାସ ପାଇଁ ତାଙ୍କୁ ହଇରାଣ କରୁଥିଲେ । ଏଥିସହ ଟଙ୍କା ଦେଲେ ବିଲ ପାସ କରିବା ପାଇଁ କହିଥିଲେ ।