ଅନୁଗୋଳ: ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସର ଚଢାଉ । ଲାଞ୍ଚ ନେଉଥିବା ସମୟରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ କିରାଣୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥିସହ ନଗଦ ଟଙ୍କା ଜବତ କରିଛି ଭିଜିଲାନ୍ସ ।
2000 ଲାଞ୍ଚ ନେଇ ଧରାପଡିଲେ କିରାଣୀ - ଅନୁଗୋଳରେ ଭିଜିଲାନ୍ସ ରେଡ୍
ଅନୁଗୋଳ ଜିଲ୍ଲା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାମ କରୁଥିବା ଜଣେ କିରାଣୀ ଗିରଫ । ଲାଞ୍ଚ ନେଉଥିବା ସମୟରେ ଭିଜାଲାନ୍ସ ହାତରେ ଧରା ପଡିଛନ୍ତି କିରାଣୀ । ଅଧିକ ପଢନ୍ତୁ...
ସୂଚନା ଅନୁଯାୟୀ ଆଜି(ଶୁକ୍ରବାର) ଭିଜିଲାନ୍ସ ଅନୁଗୋଳ ଜିଲ୍ଲା ଉପ ଜିଲ୍ଲାପାଳଙ୍କ କାର୍ଯାଳୟରେ ଅଚାନକ ଚଢାଉ କରି କିରାଣୀ ସାଧୁ ଚତାମ୍ଭ 2 ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଏଥିସହ ଲାଞ୍ଚ ବାବଦକୁ ନେଇଥିବା 2 ହଜାର ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ । ତେବେ ସାଧୁ ଚତାମ୍ଭ, ଘାସିରାମ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଜମି ବିକ୍ରି ପାଇଁ ଅନୁମତି କରାଇ ଦେବାକୁ ଲାଞ୍ଚ ନେଉ ଥିବାବେଳେ ଧରାପଡିଥିବା ଜଣାପଡିଛି । ଅନ୍ୟପଟେ ଭିଜିଲାନ୍ସ ତାଙ୍କୁ ଆଜି କୋର୍ଟଚାଲାଣ କରିବା ନେଇ ସୂଚନା ମିଳିଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ