ଓଡିଶା

odisha

ETV Bharat / state

ଅନୁଗୋଳରେ କଟକଣାକୁ ଫୁ, ଷ୍ଟାଡିୟମକୁ ଉଠିଗଲା ପରିବା ବଜାର

ସଂକ୍ରମଣ ଉପରେ ରୋକ ଲଗାଇବାକୁ ପ୍ରଶାସନର ଚେଷ୍ଟା ଜାରି। ଅନୁଗୋଳ ଷ୍ଟାଡିୟମକୁ ଉଠାଇ ନିଆଗଲା ଦୈନିକ ପରିବା ବଜାର । ଅଧିକ ପଢନ୍ତୁ...

By

Published : May 12, 2021, 5:41 PM IST

ଅନୁଗୋଳରେ କଟକଣା କୁ ଫୁ, ଷ୍ଟାଡିୟମକୁ ନିଆଗଲା ପରିବା ବଜାର
ଅନୁଗୋଳରେ କଟକଣା କୁ ଫୁ, ଷ୍ଟାଡିୟମକୁ ନିଆଗଲା ପରିବା ବଜାର

ଅନୁଗୋଳ: ଜିଲ୍ଲାରେ କାମ କରୁନି କୌଣସି କୋଭିଡ କଟକଣା। ସବୁ କଟକଣାକୁ ଫୁ କରି ଉଡାଇ ଦେଉଛନ୍ତି ଲୋକେ। ପ୍ରଶାସନର ସବୁ ତାଗିଦ ପରେ ବି ବୋଲ ମାନୁନାହାନ୍ତି ଅମାନିଆ। ଜିଲ୍ଲାରେ ଦୈନିକ ହେଉଛନ୍ତି ଚିହ୍ନଟ 500ରୁ ଅଧିକ ସଂକ୍ରମିତ। ଯାହାକୁ ନଜରରେ ରଖି ଅନୁଗୋଳର ଦୈନିକ ପରିବା ବଜାରକୁ ଅସ୍ଥାୟୀ ଭାବେ ଉଠାଇ ଅନୁଗୋଳ ଷ୍ଟାଡିୟମ ନିଆଯାଇଛି। ସେଠାରେ ଅଧିକ ଭିଡ଼ ହେଉଥିବାରୁ ଭିଡ଼କୁ କମାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି।

ଅନୁଗୋଳରେ କଟକଣା କୁ ଫୁ, ଷ୍ଟାଡିୟମକୁ ନିଆଗଲା ପରିବା ବଜାର

ହେଲେ ସେଠାରେ ଆଜି ମଧ୍ୟ ଅଧିକ ଭିଡ ଦେଖୁବାକୁ ମିଳିଛି। ଲୋକେ ସମାଜିକ ଦୂରତା ମାନୁନଥିବା ବେଳେ କେତେକ ବେପାରୀ ମାକ୍ସ ପିନ୍ଧୁନଥିବା ମଧ୍ୟ ନଜରକୁ ଆସିଛି। ଯାହାକୁ ନେଇ ଅନୁଗୋଳର ସଚେତନତା ନାଗରିକ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଯଦି କଟକଣା ପାଇଁ ମାର୍କେଟକୁ ଉଠାଇ ବାହାରକୁ ଅଣାଗଲା ତେବେ ସେଠାରେ କିଭଳି ସମସ୍ତେ କୋଭିଡ କଟକଣା ମାନିବେ ସେଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ଥିବା ଲୋକେ କହିଛନ୍ତି।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details