ଅନୁଗୋଳ: ଅନୁଗୋଳରେ ଆରମ୍ଭ ହୋଇଛି ବରିଷ୍ଠ ନାଗରିକଙ୍କ ଟିକାକରଣ । ସୋମବାର ପ୍ରଥମ ଦିନରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଟିକାକରଣ ଆରମ୍ଭ ହୋଇଛି । ସୋମବାର ଗୋଟିଏ ଦିନରେ 200 ଜଣ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ ।
ଜିଲ୍ଲାରେ ୪୫ ବର୍ଷରୁ ୫୯ ଏବଂ ୬୦ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ କରାଯାଉଛି। ସୋମବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଏହି ଟିକାକରଣ ଚାଲିଛି । ଆଗାମୀ ଦିନରେ ୮ଟି ଯାକ ବ୍ଲକର ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ ଏହି ବ୍ୟବସ୍ଥା କରାଯିବ।