ଓଡିଶା

odisha

ETV Bharat / state

ଉପାନ୍ତ ଇଲାକାରେ ନିଆରା ପ୍ରଚାର

ନିର୍ବାଚନୀ ତାରିଖ ଆସନ୍ନ। ଏନେଇ ରୋଡ ଶୋ ଓ ସଭା ମାଧ୍ୟମରେ ଚାଲିଛି ନେତାଙ୍କର ଜୋରସୋର ପ୍ରଚାର । ଏପଟେ ଉପାନ୍ତ ଇଲାକାରେ ନିଜ ନିର୍ବାଚନୀ ମୁଦ୍ଦା ନେଇ ପହଞ୍ଚିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ।

By

Published : Apr 16, 2019, 8:54 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ଅନୁଗୋଳ: ପାଖେଇ ଆସୁଛି ନିର୍ବାଚନୀ ତାରିଖ। ଏନେଇ ରୋଡ ଶୋ ଓ ସଭା ମାଧ୍ୟମରେ ଚାଲିଛି ନେତାଙ୍କର ଜୋରସୋର ପ୍ରଚାର। ଏମିତିରେ ଉପାନ୍ତ ଇଲାକାରେ ନିଜ ନିର୍ବାଚନୀ ମୁଦ୍ଦା ନେଇ ପହଞ୍ଚିଛନ୍ତି ବିଜେପିର ବିଧାୟକ ପ୍ରାର୍ଥୀ ଭାଗିରଥୀ ପ୍ରଧାନ। ତେବେ ଶୁଣନ୍ତୁ କ’ଣ ରହିଛି ତାଙ୍କର ମୁଖ୍ୟ ନିର୍ବାଚନୀ ମୁଦ୍ଦା ? କିପରି ଚାଲିଛି ଉପାନ୍ତ ଇଲାକାରେ ନିର୍ବାଚନୀ ପ୍ରଚାର ?

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ନିଜ ନିର୍ବାଚନୀ ମୁଦ୍ଦା ନେଇ ଭାଗିରଥୀ ପହଞ୍ଚିଥିଲେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀର ଉପାନ୍ତ ଅଞ୍ଚଳ ତଥା ସାତକୋଶିଆ ଅଭୟାରଣ୍ୟର ଶେଷ ସୀମା ବିନକେଇ ଗାଁରେ। କିଛି ଦିନ ତଳେ ଏହି ଅଞ୍ଚଳରେ ବାଘୁଣୀ ଆତଙ୍କ ଖେଳି ଯାଇଥିବା ବେଳେ ଏବେ କିନ୍ତୁ ନିର୍ବାଚନ ପାଇଁ ଏଠାରେ ଦେଖିବାକୁ ମିଳିଛି ସରଗରମ ମାହୋଲ। ତେବେ ଭାଗିରଥୀଙ୍କ କହିବା ଅନୁଯାୟୀ ଏହି ଅଞ୍ଚଳରୁ ମାତ୍ର ଗୋଟିଏ କିଲୋମିଟର ଦୂରରେ ବୋହିଯାଇଛି ମହାନଦୀ । ହେଲେ ଏବେ ବି ଜଳକଷ୍ଟ ଭୋଗୁଛନ୍ତି ଅଞ୍ଚଳବାସୀ।

ତେଣୁ କ୍ଷମତାକୁ ଆସିଲେ ପ୍ରଥମେ ଅଞ୍ଚଳବାସୀଙ୍କ ଜଳକଷ୍ଟ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଭାଗିରଥୀ ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

ABOUT THE AUTHOR

...view details