ଅନୁଗୋଳ:ଅନୁଗୋଳ ଜିଲ୍ଲା ଗସ୍ତରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ମୋଦି ସରକାରଙ୍କ 9 ବର୍ଷର ସଫଳତାକୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗ ଦେଇଛନ୍ତି । ସେବା ସୁଶାସନ ଗରିବ କଲ୍ୟାଣର ୯ ବର୍ଷର ଶାସନର ସଫଳତାକୁ ସାମାଜିକ ଗଣମାଧ୍ୟମରେ ସ୍ଥାନିତ କରିବାକୁ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଅନୁଗୋଳ ଜିଲ୍ଲାରେ ମୋଦି ସରକାର ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରୟାସରେ ଯେଉଁ ସବୁ କାର୍ଯ୍ୟ ହୋଇଛି ତାହାକୁ ଲୋକଲୋଚନକୁ ଆଣିବାକୁ ସାମାଜିକ ଗଣମାଧ୍ୟମର କାର୍ଯ୍ୟକର୍ତ୍ତା ସଦା ସର୍ବଦା ପ୍ରୟାସ ଜାରି ରଖନ୍ତୁ ବୋଲି ମତ ପ୍ରକାଶ କରିଛନ୍ତି ।
ଏହା ମଧ୍ୟ ପଢ଼ନ୍ତୁ:ଦୁଇଦିନିଆ ମାଲକାନଗିରି ଗସ୍ତରେ ଜୁଏଲ ଓରାମ୍, ଶାସକ ଦଳ ଉପରେ ବର୍ଷିଲେ
କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟଙ୍କର ଲୋକସଭା ପ୍ରବାସ ଯୋଜନାରେ ମହାଜନସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମରେ ଦୁଇଦିନିଆ ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲା ଗସ୍ତରେ ଆସିଛନ୍ତି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଜିଲ୍ଲା ସାମାଜିକ ଗଣମାଧ୍ୟମ କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେଇଥିଲେ କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ । ଗଣମାଧ୍ୟ କାର୍ଯ୍ୟକର୍ତ୍ତାଙ୍କୁ ଉଦବୋଧନ ଦେଇ ସେ କହିଛନ୍ତି, "ମୋଦି ସରକାରଙ୍କ ଶାସନରେ ଓଡ଼ିଶା ବିଶେଷ ଭାବେ ଲାଭାନ୍ବିତ ହୋଇଛି । ମୋଦି ସରକାର ୯ ବର୍ଷରେ ଅନୁଗୋଳ ଜିଲ୍ଲାକୁ ଷାଠିଏ ହଜାର କୋଟି ଟଙ୍କା ବିଭିନ୍ନ ଯୋଜନାରେ ପ୍ରଦାନ କରିଛନ୍ତି । ରାଜପଥ, ରେଳପଥ, ନୂତନ ପ୍ଲାଣ୍ଟ ପ୍ରତିଷ୍ଠା ସବୁ କ୍ଷେତ୍ରରେ ଅନୁଗୋଳ ଜିଲ୍ଲାକୁ ବିଶେଷ ଭାବେ ଗୁରୁତ୍ୱ ଦେଇଛନ୍ତି ମୋଦି ସରକାର ।" ମୋଦି ସରକାରଙ୍କ ସଫଳତାକୁ ସାମାଜିକ ଗଣମାଧ୍ୟମ ମାଧ୍ୟମରେ ପ୍ରଚାର ପ୍ରସାର କରିବାକୁ ସେ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଛନ୍ତି ।