ଅନୁଗୋଳ: ଆଜି(ଶନିବାର) ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଜୟନ୍ତୀ । ଏହି ଅବସରରେ ଆଜି ଅନୁଗୋଳ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେ ବାମୁରଠାରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପାଖ ଜୟରାଟ ଗାଁର ବୁଣାକାରମାନଙ୍କ ହସ୍ତତନ୍ତ ଜିନିଷ କିଣିଛନ୍ତି ଧର୍ମେନ୍ଦ୍ର । ବାମୁରଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଜୟରାଟ ଗାଁକୁ ଯାଇ ପଦଯାତ୍ରା ମଧ୍ୟ କରିଛନ୍ତି ।
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ଗ୍ରାମୀଣ ଉଦ୍ୟୋଗ ବିକାଶର ବାର୍ତ୍ତା ଦେଇଥିଲେ । ଏହାସହ କିଶୋରନଗର ବ୍ଲକ ଜୟରାଟ ଗାଁରେ ଦୀର୍ଘ ୨ କିମି ପଦଯାତ୍ରା କରିବା ପରେ ତନ୍ତବାୟ ସମିତିର କାରିଗରଙ୍କ ସହ ମିଶି ସେମାନଙ୍କ ସୁବିଧା ଅସୁବିଧା ବୁଝିଥିଲେ। ବୁଲି ବୁଲି ତନ୍ତ ଦେଖିଥିଲେ। କାରିଗର ମାନଙ୍କଠାରୁ ହାତ ବୁଣା ଲୁଗା କିଣିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଗାନ୍ଧିଜୀଙ୍କ ଯେଉଁ ବାର୍ତ୍ତା ଥିଲା ସ୍ବଦେଶୀ ଜିନିଷ ବ୍ୟବହାର କରିବା ତାହାକୁ ସମସ୍ତେ ଗାନ୍ଧୀ ଜୟନ୍ତୀ ଠାରୁ ପାଳନ କରିବାକୁ ଧର୍ମେନ୍ଦ୍ର କହିଛନ୍ତି ।
ଏହାଛଡା ଆଜି ଦିନରେ ଏହି କାରିଗରମାନଙ୍କଠାରୁ ସମସ୍ତେ କିଛି ଜିନିଷ କିଣି ନେବାକୁ ନିବେଦନ କରିଥିଲେ । ଏଭଳି କାରିଗରମାନଙ୍କ ବିକାଶ ହେଲେ ଗାଁର ବିକାଶ ହେବ। ଗାଁର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ମନ୍ତ୍ରୀ କହିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାଁର ବିକାଶ ପାଇଁ ଯେଉଁ ନାରା ଦେଉଛନ୍ତି, ତାହାକୁ ସମସ୍ତେ ମିଶି ସଫଳ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଥିଲେ।