ଅନୁଗୋଳ: ଜିଲ୍ଲାରେ କୋଭିଡ ରୋଗୀଙ୍କ ପାଇଁ ସ୍ବାସ୍ଥ୍ୟ ଭିତ୍ତି ଭୂମିର ତଦାରଖ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବୁଲି ଦେଖିଛନ୍ତି ନିଜ ଜିଲ୍ଲାରେ ଥିବା ଦୁଇଟି କୋଭିଡ ହସ୍ପିଟାଲ ।
କୋଭିଡ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ଜିଲା ଗସ୍ତରେ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ଜିଲାରେ ଥିବା ଦୁଇଟି କୋଭିଡ ହସ୍ପିଟାଲର ସ୍ଥିତି ପରଖିଛନ୍ତି । ଜିଲ୍ଲାର ତାଳଚେର ଠାରେ ଥିବା ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲକୁ ଯାଇ ସେଠାରେ କିଭଳି ରୋଗୀ ସେବା ଯୋଗା ଯାଉଛି ତାର ସମୀକ୍ଷା କରିବା ସହ ଡାକ୍ତର ଓ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
କୋଭିଡ ହସ୍ପିଟାଲ ବୁଲି ସ୍ଥିତି ପରଖିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରେ ଜିଲ୍ଲାର ଅନ୍ୟତମ କୋଭିଡ ହସ୍ପିଟାଲ ଯାହାକି ବଳରାମ ପ୍ରସାଦ ଠାରେ ESI ହସ୍ପିଟାଲକୁ କରାଯାଇଛି ତାହା ର ସ୍ଥିତି ଅନ୍ୟଧ୍ୟାନ କରିଥିଲେ ମନ୍ତ୍ରୀ । ସେ ହସ୍ପିଟାଲରେ ସ୍ବାସ୍ଥ୍ୟ ସୁବିଧା ସହ ଅକ୍ସିଜେନ ପାଇଁ କଣ ସବୁ ବ୍ୟବସ୍ଥା ରହିଛି ଓ ରୋଗୀଙ୍କୁ ତାହା ଠିକରେ ଦିଆଯାଉଛି କି ନାହିଁ ସେ ସମ୍ପର୍କରେ ମଧ୍ୟ ଧର୍ମେନ୍ଦ୍ର ପଚାରି ବୁଝିଥିଲେ। ଏହି ଗସ୍ତ ସମୟରେ ଉଭୟ ତାଳଚେର ଓ ଅନୁଗୋଳ ଉପଜିଲ୍ଲାପାଳ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ