ଓଡିଶା

odisha

By ETV Bharat Odisha Team

Published : Oct 22, 2023, 6:41 AM IST

ETV Bharat / state

ଅଲେଖ ମହିମା ଆଶ୍ରମ: ବାବା ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସ, ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ । ବିଦ୍ୟାଧର ବାବାଙ୍କ ସମାଧି ସ୍ଥଳରେ ଦେଲେ ଶ୍ରଦ୍ଧାଞ୍ଜଳି । ଅଧିକ ପଢ଼ନ୍ତୁ

ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ
ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅଲେଖ ମହିମା ଆଶ୍ରମର ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଲେ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ: ସାଧୁମାନଙ୍କର ଆତ୍ମାର ବିଲୀନ ହୁଏ ନାହିଁ । ବିଦ୍ୟାଧର ବାବାଙ୍କ ଭଳି ପୂଜ୍ୟ ସାଧୁ ସନ୍ଥମାନେ ସମାଜକୁ ମାର୍ଗଦର୍ଶନ ଦେବା ପାଇଁ ଧରାପୃଷ୍ଠରେ ପୁନର୍ବାର ଜନ୍ମ ନିଅନ୍ତି ବୋଲି ବିଶ୍ୱାସ ରହିଛି । ଶନିବାର ଅନୁଗୋଳ ଜିଲ୍ଲା ଗସ୍ତ କରି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ପୂଜ୍ୟସ୍ପଦ ତ୍ୟାଗୀ ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ଯୋଗଦେଇ ଏହା କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବିଦ୍ୟାଧର ବାବାଙ୍କ ପବିତ୍ର ସମାଧି ସ୍ଥଳରେ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମ ଆମ ସମସ୍ତଙ୍କର ଶ୍ରଦ୍ଧାର କେନ୍ଦ୍ର । ବାବା ବିଦ୍ୟାଧର ଦାସ ଏହି ଆଶ୍ରମର ବରିଷ୍ଠ ସାଧୁ ଓ ସନ୍ନ୍ୟାସୀ ଥିଲେ । ଗତ 1 ତାରିଖ ଦିନ ତାଙ୍କର ମହାପ୍ରୟାଣ ହୋଇଛି । ସେ ଭଗବାନଙ୍କ ପାଖରେ ପହଞ୍ଚିଛନ୍ତି । ବିଦ୍ୟାଧର ଦାସଙ୍କ ମହାପ୍ରୟାଣର ଏକୋଇଶିଆ ଦିବସରେ ବହୁ ସାଧୁ ସନ୍ଥଙ୍କ ଦର୍ଶନ ମିଳିଲା । 'ମନୁଷ୍ୟ ଜୀବନରେ ସୁସ୍ଥ ରହିବା ଆବଶ୍ୟକ' ବାବା ବିଦ୍ୟାଧର ଦାସଙ୍କ ଏଭଳି ମାର୍ମିକ ବାର୍ତ୍ତା ଥିଲା ଅନନ୍ୟ । ସେ ଲମ୍ବା ସମୟ ଧରି ଅଙ୍ଗାରବନ୍ଧ ଅଲେଖ ମହିମା ଆଶ୍ରମର ଜଣେ ଅଭିଭାବକ ଭାବେ ଦାୟିତ୍ୱ ନେବା ସହ ସମସ୍ତଙ୍କୁ ଉତ୍ତମ ପରାମର୍ଶ ଦେଇ ଆସୁଥିଲେ । 'ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡିଥାଉ, ଜଗତ ଉଦ୍ଧାର ହେଉ' । ସନ୍ଥକବି ଭୀମ ଭୋଇ ଓ ତ୍ୟାଗୀ ବିଦ୍ୟାଧର ବାବାଙ୍କ ଭଳି ନିରବ ସାଧକମାନଙ୍କଠାରୁ ଆରମ୍ଭ କରି ମହିମା ସମାଜର ଅନେକ ପୂଜ୍ୟ ସାଧୁ ସନ୍ଥ ଶତାବ୍ଦୀ ଶତାବ୍ଦୀ ପର୍ଯ୍ୟନ୍ତ ଏହି ଅମୂଲ୍ୟ ବାଣୀକୁ ସମାଜର ବିଭିନ୍ନ ବର୍ଗ ପର୍ଯ୍ୟନ୍ତ ପହଞ୍ଚାଇ ଆସୁଛନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ.....ଶହୀଦ ବିକା ନାଏକଙ୍କ ଗାଁରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ, ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ତେବେ ଅଙ୍ଗାରବନ୍ଧ ମହିମାଧାମରେ ଶୂନ୍ୟ ବ୍ରହ୍ମଙ୍କର ସେବା କରିବା ସମୟରେ ବାବାଙ୍କ ବ୍ରହ୍ମଲୀନ ହୋଇଛି । ସମାଜ ସଂସ୍କାର ଦିଗରେ ତାଙ୍କର କାର୍ଯ୍ୟ ସର୍ବଦା ସ୍ମରଣୀୟ ହୋଇ ରହିବ । ମହିମା ଗୋସାଇଁଙ୍କ ବାର୍ତ୍ତା ଯୋଗୁଁ ବିଶ୍ୱର ଅନେକ କଲ୍ୟାଣ ହୋଇଛି । ଆମ ରାଜ୍ୟ ଓଡ଼ିଆ ଜନଜୀବନରୁ ବାହାରି ଥିବା ମତ, ଧର୍ମ ଓ ବିଚାର ସମସ୍ତଙ୍କୁ ବିଶେଷତଃ ସମାଜର ବଞ୍ଚିତ ବର୍ଗଙ୍କୁ ମୂଳ ସମାଜ ସହ ଯୋଡି ରଖିବାରେ ବହୁତ ବଡ ଦାୟିତ୍ୱ ନେଇଛି । ଆଜିର ସମୟରେ ମହିମା ଗୋସାଇଁଙ୍କ ବିଚାର ପ୍ରତି ଲୋକଙ୍କର ଯେତେ ଶ୍ରଦ୍ଧା ଅଛି ସେତେ ମାତ୍ରାରେ ତାହାର ବ୍ୟାପକ ହୋଇପାରିନାହିଁ । ଆଧୁନିକ ସମୟରେ ଏହି ଦୁଃର୍ମୂଲ୍ୟ ବିଚାରକୁ ଆଧୁନିକ ପିଢି ପାଖରେ ପହଞ୍ଚାଇବା ପାଇଁ ଆହୁରି ଗବେଷେଣା ଓ ସାହିତ୍ୟର ଆବଶ୍ୟକତା ରହିଛି । ଏହି ଆସ୍ଥା, ଧର୍ମ, ପରମ୍ପରା ବିଚାର ଆହୁରି ବ୍ୟାପକ କଲେ ହିଁ ସମାଜରେ ସୌହାର୍ଦ୍ଦ୍ୟ ଭାବନା ବଢ଼ିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details