ଓଡିଶା

odisha

ETV Bharat / state

କାଲିଠୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ 3ଦିନିଆ ଅନୁଗୋଳ ଗସ୍ତ

୩ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆସନ୍ତା 24 ତାରିଖରେ ଧର୍ମେନ୍ଦ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଜିଲ୍ଲା ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଛି । ଅଧିକ ପଢନ୍ତୁ

By

Published : Jun 23, 2023, 5:22 PM IST

ଅନୁଗୋଳ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅନୁଗୋଳ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଅନୁଗୋଳ:ଆସନ୍ତା 24 ତାରିଖରୁ ୩ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥିପାଇଁ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ଜିଲ୍ଲା ବିଜେପି ସଭାପତି ଡିଲେଶ୍ୱର ପ୍ରଧାନ ପ୍ରକାଶ କରିଛନ୍ତି। 24ତାରିଖ ଦିନ 10 ଟାରେ ତାଳଚେର ଦେଉଳବେଡା ଦୁର୍ଗା ମଣ୍ଡପ ପଡିଆରେ ଗରିବ କଲ୍ୟାଣ ସମାବେଶରେ ଯୋଗଦେଇ ଏକ ବିରାଟ ଜନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ 4 ଟାରେ ଅନୁଗୋଳ ସଭାଘରଠାରେ ଅନୁଗୋଳ ବିଧାନସଭା କ୍ଷେତ୍ରର ବିଜେପିର 7ଟି ମୋର୍ଚ୍ଚାର ପଦାଧିକାରୀ ତଥା ସଂଯୁକ୍ତା ମୋର୍ଚ୍ଚା ସମ୍ମିଳନୀରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ।

ତେବେ 2024 ନିର୍ବାଚନରେ ଧର୍ମେନ୍ଦ୍ର ଏଥର ଢେଙ୍କାନାଳ ଲୋକସଭା ଆସନରୁ ନିର୍ବାଚନ ଲଢ଼ିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ମନ୍ତ୍ରୀଙ୍କ ଏହି 3ଦିନିଆ ଗସ୍ତ ତାହାକୁ ଆହୁରି ଖୋରାକ ଯୋଗାଉଛି । ଏହି ଗସ୍ତ ସମୟରେ 3ଟି ସାଧାରଣ ସଭା ସହ 3 ରୁ ଅଧିକ ରାଜନୈତିକ ସଭାରେ ଯୋଗ ଦେବେ ବୋଲି ଜଣାପଡିଛି। କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା 24ତାରିଖରୁ ୩ ଦିନିଆ ଅନୁଗୋଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ।

ତେବେ 24ରେ ସେ କଣିହାଁରେ ରାତ୍ରି ଯାପନ କରି 25ତାରିଖ ସକାଳ 9ଟା ସମୟରେ କଣିହାଁ ବଡ଼ ଗୁଣ୍ଡୁରୀରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ। ଏହାପରେ ଏକ ସମ୍ବର୍ଦ୍ଧନା ସଭାରେ ଯୋଗଦେବେ। ଦିନ 10ଟା ସମୟରେ ପାଳଲହଡା ଖମାର ଠାରେ ଏକ ଜନସଭାରେ ଉଦବୋଧନ ଦେବେ। ଏହାପରେ ଅପରାହ୍ନ 5ଟାରେ ନାଲକୋ ସ୍ଥିତ ଡ଼ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି। ଏହାସହ ସନ୍ଧ୍ୟା 7ଟାରେ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ ପୁରୁଣା କାର୍ଯ୍ୟକର୍ତ୍ତାଙ୍କ ସହ ଏକ ବୈଠକରେ ଯୋଗଦେବା ସହ ଭୋଜନ ମଧ୍ୟ କରିବେ।

ଅନୁଗୋଳରେ ରାତ୍ରି ଯାପନ କରି 26 ତାରିଖ ସକାଳ 8ଟାରେ ଅନୁଗୋଳ ମାଉସୀ ମା' ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଦିନ 10ଟାରେ ଛେଣ୍ଡିପଦା ଜଗନ୍ନାଥ ମନ୍ଦିର ସମ୍ମୁଖ ପଡ଼ିଆରେ ଏକ ବିରାଟ ଗରିବ କଲ୍ୟାଣ ସମାବେଶରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ତତ୍ୱାବଧାନରେ ସମସ୍ତ ବିଧାନସଭା କ୍ଷେତ୍ରରେ ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅଗସ୍ତି ବେହେରା ପ୍ରମୁଖ କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ମହାଜନସମ୍ପର୍କ ଅଭିଯାନର ଜିଲ୍ଲା ସଂଯୋଜକ ତଥା ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ ଏବଂ ସହ ସଂଯୋଜକ ତଥା ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ ଜିଲ୍ଲାର ସମସ୍ତ କାର୍ଯ୍ୟକ୍ରମ ତଦାରଖ କରୁଥିବା ସୂଚନା ମିଳିଛି।

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details