ଓଡିଶା

odisha

ETV Bharat / state

ଜନଜାତି ନେତୃତ୍ୱକୁ ପ୍ରତିନିଧିତ୍ୱ କରାଇବାରେ ମୋଦି ସରକାର ଅଗ୍ରଣୀ: ଧର୍ମେନ୍ଦ୍ର - ଜାତୀୟ ଜନଜାତି ମହୋତ୍ସବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

ପରିଚୟ ଜାତୀୟ ଜନଜାତି ମହୋତ୍ସବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଜନଜାତି ସମାଜର କଳା, ସଂସ୍କୃତି ଓ ସଂସ୍କାର ସହ ବେଶ ପୋଷାକର ନିଜସ୍ୱ ପରିଚୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ମତ ପ୍ରକାଶ କରିଛନ୍ତି । ଅଧିକ ପଢ଼ନ୍ତୁ

national tribal festival parichaya in angul
ପରିଚୟ ଜାତୀୟ ଜନଜାତି ମହୋତ୍ସବ

By

Published : Aug 18, 2023, 10:40 PM IST

ପରିଚୟ ଜାତୀୟ ଜନଜାତି ମହୋତ୍ସବ

ଅନୁଗୋଳ: ପରିଚୟ ଜାତୀୟ ଜନଜାତି ମହୋତ୍ସବର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସ-ପରିଚୟ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜନଜାତି ସମ୍ପ୍ରଦାୟର ଲୋକଙ୍କ ଦ୍ବାରା କେନ୍ଦ୍ରମନ୍ତ୍ରୀଙ୍କ ଭବ୍ୟ ସ୍ବାଗତ କରାଯାଇଥିଲା । ଏହି ଅବସରରେ ଜନଜାତି ସମାଜର କଳା, ସଂସ୍କୃତି, ସଂସ୍କାର, ଚାଲିଚଳଣୀ, ପରମ୍ପରା, ନୃତ୍ୟ, ସଙ୍ଗୀତ, ଖାଦ୍ୟପେୟ, ବେଶପୋଷାକର ନିଜସ୍ୱ ପରିଚୟ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଆୟୋଜିତ ଏହି ମହୋତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଜନଜାତି ସମାଜ ଆମ ସଭ୍ୟତାର ମୂଳ ସମାଜ । ୬୨ଟି ଜନଜାତି ସମୁଦାୟ, ୨୧ଟି ଜନଜାତି ଭାଷା, ୭୪ଟି ଉପଭାଷା ଓ ୭ଟି ଜନ ଜାତୀୟ ଲିପିର ଗୌରବ ହାସଲ କରିବାରେ ଓଡ଼ିଶା ହେଉଛି ସାରା ବିଶ୍ୱରେ ଏକ ଅନ୍ୟତମ ରାଜ୍ୟ । ଆଦିବାସୀ ସମାଜ ସରଳ, ନିଷ୍କପଟ୍ଟ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରରେ ଓଡ଼ିଶାର ଜନଜାତି ସମାଜର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ ହୋଇ ବିଶ୍ୱର ଗୌରବ ବଢାଉଛନ୍ତି । ଦେଶରେ ଜନଜାତି ନେତୃତ୍ୱକୁ ପ୍ରତିନିଧିତ୍ୱ କରାଇବାରେ ମୋଦି ସରକାର ଅଗ୍ରଣୀ । ଜନଜାତି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସକୁ ଜନଜାତି ଗୌରବ ଦିବସ ଭାବେ ପାଳନ କରାଯାଉଛି । ନୂଆ ସଂସଦ ଭବନରେ ଜନଜାତି ସଂସ୍କୃତିର ପ୍ରତିଫଳନ ହୋଇଛି । ଏବେ ସ୍ୱାଧୀନତା ଦିବସରେ ମଧ୍ୟ ପ୍ରଧାନମନ୍ତ୍ରୀ ଜନଜାତି ସମାଜ ଉପରେ ଉଲ୍ଲେଖ କରିଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ:ବିଶ୍ଵ ଜନଜାତି ଦିବସ: ଆଦିବାସୀ ତାଲିକାରେ ସାମିଲ ହେଲେ ଲମ୍ବସରୀ ପଞ୍ଚାୟତ କନ୍ଧ ସମ୍ପ୍ରଦାୟ
ସେ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦି ଭାରତର ପାରମ୍ପରିକ କାରିଗର, ହସ୍ତଶିଳ୍ପୀ ଏବଂ କୌଳିକ ବୃତ୍ତିଧାରୀ ମାନଙ୍କ ନିମନ୍ତେ ପି.ଏମ୍ – ବିଶ୍ୱକର୍ମା ଯୋଜନାକୁ ମଞ୍ଜୁର କରିଛନ୍ତି । ଏ ଦିଗରେ ଜନଜାତି ସମାଜ ମଧ୍ୟ ମୋଦି ସରକାରରେ ଅଗ୍ରାଧିକାରରେ ଅଛି । ସେହିପରି ଗୁରୁବାର ଜନଜାତି ସମାଜର ବହୁ ପରାତନ ଭାଷା ‘କୁଓ୍ୱି’ ଓ ‘ଦେଶିଆ’ ଭାଷାରେ ପିଲା ମାନଙ୍କ ପାଇଁ ବର୍ଣ୍ଣମାଳା ଆଧାରିତ ଭାଷା ପୁସ୍ତକ ଉନ୍ମୋଚିତ ହୋଇଯାଇଛି । ଏହା ଦ୍ୱାରା ଜନଜାତି ଭାଷା ସହ ଓଡ଼ିଆ ଭାଷା ସାଙ୍ଗରେ ସେତୁ ତିଆରି କରିବାର ନୂଆ ଅଧ୍ୟାୟ ଆରମ୍ଭ ହେଲା ।" ଜନଜାତି ସମାଜର ପରିଶ୍ରମରେ ନାଲକୋର ଅର୍ଥନୀତି ଚାଲେ । ନାଲକୋକୁ ସେମାନଙ୍କ ଦାୟିତ୍ୱ ନେବା ପାଇଁ କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେବା ସହ ଜାତୀୟ ଜନଜାତି ମହୋତ୍ସବର ସଫଳତା କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।


ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details