ଅନୁଗୋଳ :ସମ୍ବଲପୁରରୁ ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏଥର ସେ ସମ୍ବଲପୁର ସଂସଦୀୟ କ୍ଷେତ୍ର ରୁ ନିର୍ବାଚନ ଲଢ଼ିବେ ବୋଲି ପାର୍ଟି କୁ ଚିଠି ଲେଖିଥିବା ଏକ ଖୋଲା ମଞ୍ଚ ରେ କହିଛନ୍ତି । ଅନୁଗୋଳ ଜିଲ୍ଲାର ବଗେଡ଼ିଆ ଠାରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ଘୋଷଣା କରିଛନ୍ତି । ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସିଧାସଳଖ ନିର୍ବାଚନ ଲଢ଼ିବାକୁ ପରୋକ୍ଷରେ ସଂକେତ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ଅପରାହ୍ନରେ ଛେଣ୍ଡିପଦା ବିଧାନସଭା ନିର୍ବାଚନ ମଣ୍ଡଳୀର ବାଗେଡ଼ିଆ ଠାରେ ଅନୁଷ୍ଠିତ ବାଗେଡ଼ିଆ କ୍ରିକେଟ କପ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ସେ କହିଥିଲେ ଯେ, ବାଗେଡ଼ିଆ ଏଭଳି ଏକ ଅଞ୍ଚଳ ଯାହାକି ସମ୍ବଲପୁର ଜିଲାର ସୀମାରେ ରହିଛି । ଅବିଭାଜିତ ଢେଙ୍କାନାଳ ଜିଲ୍ଲାର ଏହା ଏକ ଅଂଶ । ଏଠାରେ ବ୍ୟବସାୟ, ବାଣିଜ୍ୟ ଓ ଶିକ୍ଷା କ୍ଷେତ୍ରରେ ଲୋକେ ବହୁତ ଉନ୍ନତ । କେବଳ କ୍ରିକେଟ କାହିଁକି ସମସ୍ତ ପ୍ରକାର କ୍ରୀଡ଼ାରେ ଏଠାକାର ଲୋକଙ୍କ ଆଗ୍ରହ ରହିଛି। ତେଣୁ ମୁଁ ଦଳକୁ ଲେଖି ଦେଇଛି ଯେ ଏ ଅଞ୍ଚଳରୁ ଲଢ଼ିବି ବୋଲି ସ୍ପଷ୍ଟ ଭାବେ କହିଥିଲେ ।
ଏହା ମଧ୍ୟ ପଢନ୍ତୁ ...ସମ୍ବଲପୁରରେ ଗଡିଲା ୩ କୌଶଳ ରଥ, ଯୁବବର୍ଗଙ୍କୁ ଡିଜିଟାଲ ଶିକ୍ଷା ଓ ଦକ୍ଷତା ବଢାଇବା ଲକ୍ଷ୍ୟ