ଓଡିଶା

odisha

By

Published : Sep 25, 2022, 8:49 PM IST

Updated : Sep 25, 2022, 10:57 PM IST

ETV Bharat / state

Man ki baat: ସଚେତନତାର ଏକ ଆନ୍ଦୋଳନ କହିଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ମନକି ବାତ୍‌ ଶୁଣିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ମନକି ବାତ ଏବେ ସାଧାରଣ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା ହୋଇଛି । ଅଧିକ ପଢନ୍ତୁ

Man ki baat: ସଚେତନତାର ଏକ ଆନ୍ଦୋଳନ
Man ki baat: ସଚେତନତାର ଏକ ଆନ୍ଦୋଳନ

ଅନୁଗୋଳ: ମନ କି ବାତ ଶୁଣିଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଏବେ ସାଧାରଣ ଲୋକଙ୍କ ପାଇଁ ସଚେତନତାର ବାର୍ତ୍ତା ହୋଇଛି । ବେଳାଭୂମିର ସ୍ବଚ୍ଛତାକୁ ନେଇ ମୋଦି ଦେଇଥିବା ବାର୍ତ୍ତା ଏବେ ସମସ୍ତଙ୍କୁ ପ୍ରଭାବିତ କରିଥିବା କହିଛନ୍ତି । ତେବେ ସୂଚନା ଅନୁଯାୟୀ, ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍‌ କି ବାତ କାର୍ଯ୍ୟକ୍ରମରେ ଓଡ଼ିଶାର ସମୁଦ୍ର କୂଳର ସ୍ବଚ୍ଛତା ସମ୍ପର୍କରେ କହିଥିଲେ ।

Man ki baat: ସଚେତନତାର ଏକ ଆନ୍ଦୋଳନ

ଏଥିସହ ଓଡ଼ିଶାର ସ୍ବେଚ୍ଛାସେବୀମାନେ ପୁରୀ ସମୁଦ୍ର କୂଳରେ ବହୁ ପରିଶ୍ରମ କରି ସ୍ବଚ୍ଛତା ରଖି ପାରୁଛନ୍ତି । ଏନେଇ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ । ଏଥିସହ ସମସ୍ତେ ଏଭଳି ସ୍ବଚ୍ଛ ରଖିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । ମାତ୍ର ୨୫ ମିନିଟ ସମୟସୀମା ମଧ୍ୟରେ ପ୍ରଧାନମନ୍ତ୍ରୀ ବିଦେଶରୁ ଆମ ଦେଶକୁ ଅଣା ଯାଇଥିବା ଚିତା ଠାରୁ ନେଇ ସ୍ବଚ୍ଛତା, ସାଇନ ଲାଙ୍ଗୁଏଜ ଏବଂ ଯୋଗ ଆଦି ବିଷୟରେ ବହୁ କଥା କହିଥିଲେ ।

ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୋଳ ରେଳ ଷ୍ଟେସନ ନିକଟରେ ଥିବା ମିଟିଂ ହଲ୍‌ରେ ବସି ଦେଖିଥିଲେ । ତେବେ କାର୍ଯ୍ୟକ୍ରମ ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଦେବା ସହ ଓଡ଼ିଶାର ସ୍ବଚ୍ଛତା ସମ୍ପର୍କରେ କହିଥିବାରୁ ନିଶ୍ଚିତ ଭାବେ ଓଡିଶାବାସୀଙ୍କୁ ଏହା ସ୍ବଚ୍ଛ ରହିବା ଏବଂ ରଖିବାରେ ଦିଗଦର୍ଶନ ଦେବ ବୋଲି କହିଥିଲେ ।

ତେବେ ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, "ମନ କି ବାତ୍ କାର୍ଯ୍ୟକ୍ରମ ଏକ ସଚେତନତାର ବାର୍ତ୍ତା । ଏଥିରେ ପ୍ରଧାନମନ୍ତ୍ରୀ 30 ମିନିଟରେ ୨୫ଟି ନୂଆ କଥା ଦେଶକୁ ଜଣେଇଲେ । ଚିତା ବାଘ ଠାରୁ ଆରମ୍ଭ କରି ଗୁଜୁରାଟର ଜାତୀୟ ଖେଳ ପର୍ଯ୍ୟନ୍ତ । ତା' ଭିତରେ ମୋଦୀଙ୍କ ଜନ୍ମଦିନ ଦିନ ଓଡ଼ିଶାର ସ୍ବେଚ୍ଛାସେବୀମାନଙ୍କ ଦ୍ବାରା ଉପକୂଳ ସ୍ବଚ୍ଛତା ରଖିବାର ଯେଉଁ ଅଭିଯାନ ହୋଇଥିଲା ସେହି ବିଷୟରେ ମଧ୍ୟ ଉଲ୍ଲେଖ କଲେ ।"

ଇଟିଭି ଭାରତ, ଅନୁଗୋଳ

Last Updated : Sep 25, 2022, 10:57 PM IST

ABOUT THE AUTHOR

...view details