ଢେଙ୍କାନାଳ:ଜିଲ୍ଲାଗସ୍ତରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ତଥା ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସକାଳ ୯.୩୦ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଦିଲ୍ଲୀ ବିଜେପି ସାଂସଦ ତଥା ଭାରତୀୟ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ଢେଙ୍କାନାଳରେ ପହଞ୍ଚିଥଲେ । ଏଠାରେ ପହଞ୍ଚିବା ପରେ ଭାପୁରରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ଅନୁଗୋଳ ଯିବା ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ କ୍ରିକେଟର ପ୍ରଥମେ ଢେଙ୍କାନାଳ ଯାଇଥିଲେ । ଢେଙ୍କାନାଳସ୍ଥିତ ଭାପୁର ପଶ୍ଚିମେଶ୍ୱର ନିକଟସ୍ଥ ଲଷ୍ମୀନାରାୟଣ ପେଟ୍ରୋଲ ପମ୍ପ ପରିସରରେ ଆୟୋଜିତ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସେଠାରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ବିଧାୟକ ଲଳିଟେନ୍ଦୁ ବିଦ୍ୟାଧର ମହାପାତ୍ର ଓ ଢେଙ୍କାନାଳ ଜିଲ୍ଲାର ବହୁ ବିଜେପି ନେତା, କର୍ମୀ ଯୋଗ ଦେଇଥିଲେ।