ଓଡିଶା

odisha

ETV Bharat / state

"ଫୁଟବଲ ଫର ସ୍କୁଲ"ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ - ଜବହାର ନବୋଦୟ ବିଦ୍ୟାଳୟର ରଜତ ଜୟନ୍ତୀ

Football for School Program: ଅନୁଗୋଳ ଜିଲ୍ଲାରେ ଆରମ୍ଭ ହେଲା "ଫୁଟବଲ ଫର ସ୍କୁଲ" କାର୍ଯ୍ୟକ୍ରମ । ସାରା ଦେଶରେ ୧ ଲକ୍ଷ ୫୪ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷ ୫୪ ହଜାର ଫୁଟ ବଲ ବଣ୍ଟନ କରାଯିବ ।ଅଧିକ ପଢନ୍ତୁ

"ଫୁଟବଲ ଫର ସ୍କୁଲ"ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ
"ଫୁଟବଲ ଫର ସ୍କୁଲ"ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

By ETV Bharat Odisha Team

Published : Dec 24, 2023, 8:31 PM IST

"ଫୁଟବଲ ଫର ସ୍କୁଲ"ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ

ଅନୁଗୋଳ:ଜିଲ୍ଲାରେ ଆରମ୍ଭ ହୋଇଛି "ଫୁଟବଲ ଫର ସ୍କୁଲ" । ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ଦକ୍ଷିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଅନୁଗୋଳ ଜିଲ୍ଲାର ଚମ୍ପତିମୁଣ୍ଡା ଠାରେ ଥିବା ଜବହାର ନବୋଦୟ ବିଦ୍ୟାଳୟର ରଜତ ଜୟନ୍ତୀ ଉତ୍ସବରେ ଅନୁଷ୍ଟିତ ହୋଇଯାଇଛି । ଏଥିରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଯୋଗ ଦେବା ସହ "ଫୁଟବଲ ଫର ସ୍କୁଲ" କାର୍ଯ୍ୟକ୍ରମର ମଧ୍ୟ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସାରା ଦେଶରେ ସ୍କୁଲଗୁଡିକରେ ଫୁଟ୍‌ବଲ ଖେଳକୁ ପ୍ରୋତ୍ସାହନ ଦିଆ ଯାଉଛି ।

ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,"ଶିକ୍ଷା ସହିତ କ୍ରୀଡ଼ାର ବିକାଶ ହେଲେ ଦେଶର ପ୍ରଗତି ହୋଇ ପାରିବ । ବିଦ୍ୟାର୍ଥୀମାନଙ୍କ ମାନସିକ ଓ ଶାରୀରିକ ସ୍ତରରେ ଉନ୍ନତି ହେବ । ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଉଦ୍ୟମରେ ସାରା ଦେଶରେ ସ୍କୁଲଗୁଡିକରେ ଫୁଟବଲ ଖେଳକୁ ପ୍ରୋତ୍ସାହନ ଦିଆ ଯାଉଛି । ସେଥିପାଇଁ ସାରା ଦେଶରେ ୧ଲକ୍ଷ ୫୪ହଜାର ସ୍କୁଲରେ ପ୍ରାୟ ୧୧ ଲକ୍ଷ ୫୪ ହଜାର ଫୁଟ ବଲ ବଣ୍ଟନ କରାଯିବାର କାର୍ଯ୍ୟକ୍ରମ ରହିଛି ।"

ସେ ଆହୁରୀ ମଧ୍ୟ କହିଛନ୍ତି,"ନବୋଦୟ ବିଦ୍ୟାଳୟ ହେଉଛି ଏଭଳି ଏକ ଅନୁଷ୍ଠାନ ଯେଉଁଠି ବଣମଲ୍ଲିମାନଙ୍କୁ ଏଠାକୁ ଅଣାଯାଇ ସେମାନଙ୍କର ମାନସିକ ଓ ବୌଦ୍ଧିକ ବିକାଶ କରାଯାଇଥାଏ । ଏଠାରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ ନିଜେ ଆତ୍ମ ନିର୍ଭରଶୀଳ ହେବାସହ ବିଭିନ୍ନ ଏଣ୍ଟ୍ରାନ୍ସ ପରୀକ୍ଷାରେ ଉନ୍ନୀତ ହୋଇ ନିଜର ପ୍ରତିଭା ଦେଖାଇ ପାରି ଥାଆନ୍ତି । ତେଣୁ ନବୋଦୟ ବିଦ୍ୟାଳୟ ହେଉଛି ଏମିତି ଏକ ପ୍ରଯୋଗ ଶାଳା ଯେଉଁଠି ପିଲାମାନେ ଭଲ ମଣିଷ ହୋଇ ବାହାରନ୍ତି ।"

ଏହା ମଧ୍ୟ ପଢନ୍ତୁ....‘ଫେରସ୍ତ ନେବିନି ପଦ୍ମଶ୍ରୀ, କୌଣସି ଆଓ୍ବାର୍ଡ ଆମ ଭଉଣୀଙ୍କ ସମ୍ମାନଠାରୁ ବଡ଼ ନହେଁ ’

ଏହା ମଧ୍ୟ ପଢନ୍ତୁ....'ୱତନ କୋ ଜାନୋ' କାର୍ଯ୍ୟକ୍ରମ, ଦିଲ୍ଲୀରେ ୨୫୦ ଜମ୍ମୁକାଶ୍ମୀର ଛାତ୍ରଛାତ୍ରୀଙ୍କୁ ଭେଟିଲେ ମୋଦି

ଏହି ଅବସରରେ ମନ୍ତ୍ରୀ ଜିଲ୍ଲାର ବିଭିନ୍ନ ସ୍କୁଲରୁ ଆସିଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଟ ବଲ ପ୍ରଦାନ କରିଥିଲେ । ଏହାପରେ କେନ୍ଦ୍ରୀୟ ବିଦ୍ୟାଳୟ ଓ ନବୋଦୟ ବିଦ୍ୟାଳୟ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ ଫୁଟ ବଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ମନ୍ତ୍ରୀ ନିଜେ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଅଧିକାରୀ ଓ ଦଳୀୟ ନେତା ଯୋଗ ଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ .....ଅଲମ୍ପିକ୍ସ ସଂଘ ପରିଚାଳନା କରିବ କୁସ୍ତି ! ପ୍ୟାନେଲ୍‌ ଗଠନ କରିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details