ଅନୁଗୋଳ: ଜିଲ୍ଲାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇ ପଡିଛି । ସକାଳ ୮ଟାରୁ ଟାଣ ଖରା ଆରମ୍ଭ ହୋଇଯାଉଛି, ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି । ପୂର୍ବବର୍ଷ ଗୁଡିକ ତୁଳନାରେ ଚଳିତ ବର୍ଷ ତାପମାତ୍ରା ଅଧିକ ରହୁଛି ।
ଜାରି ରହିଛି ଗ୍ରୀଷ୍ମପ୍ରବାହ, ଅସ୍ତବ୍ୟସ୍ତ ଅନୁଗୋଳର ଜନଜୀବନ - ଅନୁଗୋଳ ଗ୍ରୀଷ୍ମ ପ୍ରବାହ
ଅନୁଗୋଳ ଜିଲ୍ଲାରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ। କିଛି ଦିନ ହେଲା ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ପ୍ରବଳ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳି ଅସହ୍ୟ ହୋଇ ପଡିଛି। ସକାଳ ୮ଟାରୁ ଟାଣ ଖରା ଆରମ୍ଭ ହୋଇଯାଉଛି, ବାହାରକୁ ବାହାରିବା ମଧ୍ୟ କଷ୍ଟକର ହୋଇପଡୁଛି। ଅଧିକ ପଢନ୍ତୁ
ଜାରି ରହିଛି ଗ୍ରୀଷ୍ମପ୍ରବାହ, ଅସ୍ତବ୍ୟସ୍ତ ଅନୁଗୋଳର ଜନଜୀବନ
ଜାରି ରହିଛି ଗ୍ରୀଷ୍ମପ୍ରବାହ, ଅସ୍ତବ୍ୟସ୍ତ ଅନୁଗୋଳର ଜନଜୀବନ
ଗତ ୫ ଦିନର ତାପମାତ୍ରା ଦେଖିଲେ ଜଣାପଡୁଛି ଯେ, ୧୩ ତାରିଖରେ ୪୨.୯ ଡିଗ୍ରୀ, ୧୪ରେ ୪୧.୯ ଡିଗ୍ରୀ, ୧୫ରେ ୪୨.୯ ଡିଗ୍ରୀ, ୧୬ରେ ୪୨.୭ ଡିଗ୍ରୀ ଏବଂ ୧୭ ତାରିଖରେ ୪୩.୧ ଡିଗ୍ରୀ ରହିଥିଲା। ଅର୍ଥାତ ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଛି। ତେଣୁ, ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଚାରିଆଡେ କୂଅ ପୋଖରୀ ଆଦି ଶୁଖି ଗଲାଣି। ଭୂତଳ ଜଳ ସ୍ତର ତଳକୁ ଚାଲିଯାଇଥିବାରୁ ନଳକୂଅରୁ ଆବଶ୍ୟକ ପାଣି ବାହାରୁ ନାହିଁ। ପାଣି ପାଇଁ ଚାରିଆଡେ ହାହାକାର ପଡିଗଲାଣି। ଆଗକୁ ଆହୁରି ଖରା ଅଛି । ତେଣୁ ପରିସ୍ଥିତି ଜଟିଳ ହେବାର ଆଶଙ୍କା ଦେଖାଦେଇଛି ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ