ଅନୁଗୋଳ: ବଜ୍ରପାତ ନେଲା ଦୁଇ ଜୀବନ । ଶୌଚ ପାଇଁ ଯାଇଥିବାବେଳେ ବଜ୍ରପାତରେ ଚାଲିଗଲା ଦୁଇ ଯୁବକଙ୍କ ଜୀବନ । ଅନୁଗୋଳ ଜିଲ୍ଲା ନାଲକୋ ମୁଣ୍ଡା ହଟିଙ୍ଗରେ ଘଟିଛି ଏପରି ଘଟଣା ।
ଅନୁଗୋଳ ଜିଲ୍ଲା ନାଲକୋ ନଗରର ସିପିପି ପ୍ଲାଣ୍ଟ ନିକଟରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ମାନେ ହେଲେ ସିପିପି, ଟାଙ୍କି ହଟିଂର ରାମଚନ୍ଦ୍ର କିସ ଏବଂ ଦଶରଥ ମୁର୍ମୁ । ଉଭୟ ଟାଙ୍କି ହଟିଂରେ ରହୁଥିବା ବେଳେ ନିକଟସ୍ଥ ପଡିଆକୁ ଶୌଚ ପାଇଁ ଯାଇଥିଲେ । ବର୍ଷା ହେବାରୁ ଏକ ଗଛ ମୂଳରେ ରହିଥିବା ବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ହୋଇଥିଲା ।