ଅନୁଗୋଳ: କେନାଲରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଦ୍ବୟ ପାଖ ଗାଁ ହେମସୁରପଡା ଓ ରାଜ କିଶୋରପଡାର ବୃନ୍ଦାବନ ସେଠୀ ଓ ବିଶ୍ଵଜିତ ମହାନ୍ତି ବୋଲି ସୂଚନା ମିଳିଛି।
କେନାଲରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ - Two young men drowned in a canal
କେନାଲରେ ଗାଧୋଉଥିବା ବେଳେ ଦୁଇ ଯୁବକଙ୍କ ମୃତ୍ୟୁ। ମୃତ ଯୁବକ ଦ୍ବୟ ପାଖ ଗାଁ ହେମସୁରପଡା ଓ ରାଜ କିଶୋରପଡାର ବୃନ୍ଦାବନ ସେଠୀ ଓ ବିଶ୍ଵଜିତ ମହାନ୍ତି ବୋଲି ସୂଚନା ମିଳିଛି। ଅଧିକ ପଢନ୍ତୁ...

କେନାଲରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ
କେନାଲରେ ବୁଡି ଦୁଇ ଯୁବକଙ୍କ ମୃତ୍ୟୁ
ହେମସୁରପଡା କେନାଲରେ ଗାଧୋଇବା ବେଳେ ଘଟିଛି ଏହି ଅଘଟଣ । ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ ଆଣି ଥିବା ବେଳେ ସେତେବେଳକୁ ଦୁହିଁଙ୍କର ମୃତ୍ୟୁ ହୋଇସାରିଥିବା ଜଣାପଡ଼ିଛି । ଖବର ପାଇ ଅନୁଗୋଳ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ତେବେ ସେମାନେ କେଉଁ ପରିସ୍ଥିତିରେ ଓ କିଭଳି ବୁଡିଗଲେ ତାହା ଜଣାପଡିନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ