ଅନୁଗୋଳ: ଗାଧୋଇବାବେଳେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଏପରି ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ବଅଁରପାଳ ଥାନା ଗୋତମରା ଗାଁ ରେ । ଏହି ଘଟଣାପରେ ଗାଁରେ ଶୋକର ଛାୟା ଖେଳିଯାଇଥିବା ଦେଖିବାକୁ ମିଳିଛି ।
ପୋଖରୀରେ ବୁଡି 2 ନାବାଳକଙ୍କ ସଲିଳ ସମାଧି - anugol district news
ଗାଧୋଇବା ବେଳେ ଅଘଟଣ। ପୋଖରୀରେ ବୁଡି ଦୁଇ ନାବାଳକଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ଗାଧୋଇବାବେଳେ ଅଘଟଣ , ପୋଖରିରେ ବୁଡି 2 ନାବାଳକ ମୃତ
ଗାଧୋଇବାବେଳେ ଅଘଟଣ , ପୋଖରିରେ ବୁଡି 2 ନାବାଳକ ମୃତ
ସୂଚନା ଅନୁସାରେ ଗାଁରେ ଥିବା ମଠ ପୋଖରୀକୁ ବିଦ୍ୟାଧର ବେହେରାଙ୍କ ପୁଅ ବିଶ୍ଵଜିତ ଓ ମଣିଆ ସାମଲଙ୍କ ପୁଅ ସ୍ବାଧିସ ଯାଇଥିଲେ । ସେଠାରେ ଗାଧୋଇବା ବେଳେ ଦୁହେଁ ବୁଡି ଯାଇଥିଲେ । ଘରକୁ ଫେରିବା ବିଳମ୍ଭ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ଅନେକ ଖୋଯିବା ପରେ ପୋଖରୀ ଭିତରୁ ଦୁହିଁଙ୍କୁ ଉଦ୍ଧାର କରି ବଅଁରପାଳ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତେବେ ପିଲା ଦୁଇଟି କିଭଳି ବୁଡିଗଲେ ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।
ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ